ବାତ୍ୟାର ରୂପ ନେଲା ଗଭୀର ଅବପାତ, କାଲିଠୁ ପ୍ରବଳ ବର୍ଷା
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବାତ୍ୟାର ରୂପ ନେଲା ଗଭୀର ଅବପାତ । ସମୁଦ୍ର ଭିତରେ ମୋଡ ବଦଳାଇ ଉତ୍ତର ପୂର୍ବ ଦିଗରେ ଉପକୂଳ ମୁହାଁ ହେବ ସାମୁଦ୍ରିକ ଝଡ ସିତ୍ରାଙ୍ଗ ।
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବାତ୍ୟାର ରୂପ ନେଲା ଗଭୀର ଅବପାତ । ସମୁଦ୍ର ଭିତରେ ମୋଡ ବଦଳାଇ ଉତ୍ତର ପୂର୍ବ ଦିଗରେ ଉପକୂଳ ମୁହାଁ ହେବ ସାମୁଦ୍ରିକ ଝଡ ସିତ୍ରାଙ୍ଗ ।

କେନ୍ଦ୍ରୀୟ ବଙ୍ଗୋପସାଗରରୁ ରିକର୍ଭ କରି ଉତ୍ତର ପୂର୍ବ ଦିଗରେ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତିପଥ ପରିବର୍ତ୍ତନ କଲା ପରେ ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ରହିବ ବାତ୍ୟା ସିତ୍ରାଙ୍ଗ । ଏହାର ପ୍ରଭାବରେ ଉପକୂଳବର୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ଉପକୂଳ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠାରୁ କାଲି ସକାଳ ଯାଏଁ ପୁରୀ କେନ୍ଦ୍ରାପଡ଼ା ଜଗତସିଂହପୁର, ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସେହିପରି ୨୪ରୁ ୨୫ ତାରିଖ ସକାଳ ଯାଏଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications