ବଙ୍ଗୋପସାଗରେ ଗଭୀର ଅବପାତ; ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ

ବଙ୍ଗୋପସାଗରରେ ଗଭୀର ଅବପାତ । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ସମୁଦ୍ର ଭିତର ବଳ ଗୋଟାଇ ସ୍ଥଳଭାଗ ମୁହାଁ ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୨୮ରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି । ଅବପାତଟି ଏବେ ଚେନ୍ନାଇରୁ ୮୫୦ କିଲୋମିଟର, ବିଶାଖାପାଟଣାରୁ ୮୯୦ କିଲୋମିଟର, ଆନ୍ଧ୍ରପ୍ରଦେଶର କାକିନାଡାରୁ ୮୯୦ କିଲୋମିଟର ଦକ୍ଷିଣ ପୂର୍ବରେ ଏବଂ ଗୋପାଳପୁରରୁ ୯୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଅଛି । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ତାରିଖ ସକାଳ ସୁଦ୍ଧା ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହେବ ।

Deep depression in Bay of Bengal

ଏହା ୨୮ ଅକ୍ଟୋବର ସନ୍ଧ୍ୟା ଅବା ରାତିରେ ମଚିଲିପଟ୍ଟନମ ଏବଂ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡା ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏକ ପ୍ରବଳ ଘୂର୍ଣ୍ଣିଝଡ଼ ରୂପେ ପବନ ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିବ । ମଝିରେ ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୧୦ କିଲୋମିଟର ବହିବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ । ଖାଲି ଦକ୍ଷିଣ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷିବ। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ ୱାଣ୍ଣିଂ ଜାରି କରାଯାଇଛି ।

ଏହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷିବ । ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ୨୭ରୁ ୩୦ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଂପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷିବ ।

ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଳାରେ ପବନର ବେଗ ଅଧିକ । ଅକ୍ଟୋବର ୨୯ ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୩୦ରେ ମଧ୍ୟ ବର୍ଷା ଲାଗି ରହିବ । ପାଣିପାଗ ବିଭାଗର ଆକଳନକୁ ନେଇ ସତର୍କ ହୋଇଛନ୍ତି ସରକାର । ଏସଆରସିଙ୍କ ସମେତ ପ୍ରଭାବିତ ହେବାକୁ ଥିବା ଜିଲ୍ଳାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ । ରିଲିଫ୍ ସାମଗ୍ରୀ, ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି। ଏଥିସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ସମୀକ୍ଷା ବୈଠକ ପରେ ମନ୍ତ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟର କେଉଁସବୁ ଜିଲାରେ ଛୁଟି ଘୋଷଣା ହେବ ସେନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ଅଧିକାରୀମାନେ ଛୁଟିରେ ରହିବେ କି ନାହିଁ ସେନେଇ ରବିବାର ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଜିଲାପାଳଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ମୂଳ ଲକ୍ଷ୍ୟ ହେଲା ଲୋକଙ୍କ ଜୀବନ ରକ୍ଷା କରିବା। ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୂସ୍ଖଳନ ହେଲେ ସେହି ସ୍ଥାନରେ ଜିଲାପାଳମାନେ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ। ରାସ୍ତା ଉପରେ ପାଣି ଚାଲିଲେ, ଉଭୟ ପଟ ରାସ୍ତା ବନ୍ଦ କରି ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ଜିଲାପାଳଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+