ସୃଷ୍ଟି ହେଲା ଗଭୀର ଅବପାତ, ୨୪ ଘଣ୍ଟାରେ ନେବ ବାତ୍ୟାର ରୂପ
Odisha Weather Update: ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ୨୪ ଘଣ୍ଟା ଅର୍ଥାତ୍ ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ । ଏହା ଉତ୍ତର ପଶ୍ଚିମ ଦିଗରେ ହତି କରି ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ, ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେରୋଲ ଓ ମଛଲିପଟନମ୍ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ପୁଡୁଚେରୀ ଠାରୁ ୫୦୦କିମି, ଚେନ୍ନାଇ ଠାରୁ ୫୧୦ କିମି ଦୂରରେ ଅବସ୍ଥିତ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।
୪ ତାରିଖ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ସେହିପରି ୫ ତାରିଖ ସୁଦ୍ଧା ନେଲୋର ଓ ମଛଲିପଟ୍ଟନମ ଉପକୂଳ ମଧ୍ୟ ଦେଇ ଅତିକ୍ରମ କରିବ ବାତ୍ୟା । ଅତିକ୍ରମ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦କିମି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବାତ୍ୟା ପ୍ରଭାବରେ ଓଡ଼ିଶାରେ ବଦଳିବ ପାଗ । ସମ୍ଭାବ୍ୟ ବାତ୍ୟା ଯୋଗୁଁ ଆସନ୍ତା 3 ତାରିଖରେ ରାଜ୍ୟରେ ପାଗ ବଦଳିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭବନା ଅଧିକ ରହିଛି । 5 ରୁ 7 ଯାଏଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ-ଉତ୍ତର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ ।












Click it and Unblock the Notifications