ବଦଳିଲା ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି: ଅର୍ପଣ ଚାଉଳରୁ ମହାପ୍ରସାଦ ବଣ୍ଟନ ବନ୍ଦ
ଅର୍ପଣ ଚାଉଳରୁ ମହାପ୍ରସାଦ ବଣ୍ଟନ ବନ୍ଦ । ନୂଆ ସରକାର ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ ହୋଇଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ସାରା ରାଜ୍ୟ ବୁଲିଥିବା ଅର୍ପଣ ରଥ ଜରିଆରେ ପ୍ରାୟ ୧୩ହଜାର କ୍ୱିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା । ଯାହା ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଗଚ୍ଛିତ ରଖାଯାଇଥିଲା । ଏଥିରୁ ପ୍ରାୟ ୧୦ହଜାର ୭୪୨ କ୍ୱିଣ୍ଟାଲ ଚାଉଳରୁ କାନିକା, ଖେଚେଡ଼ି ଆଦି ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ସରିଛି । ବାକି ଚାଉଳକୁ କାନିକା, ଖେଚେଡ଼ି ଆଦି ବି ପ୍ରସ୍ତୁତ ହେବ । କିନ୍ତୁ ଆଜି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରି ଦେଇଛି । ନୂଆ ସରକାର ଆସିବା ପରେ ଏହା ପୁଣିଥରେ ଆରମ୍ଭ ହେବ ବୋଲି ଶ୍ରୀ ମହାସୁଆର ଆଶାପୋଷଣ କରିଛନ୍ତି ।
କିନ୍ତୁ କାଲିଠୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରି ଦେଇଛି । ଅପରପକ୍ଷେ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ପ୍ରତିଦିନ ଅଭାବୀ ଲୋକ ମହାପ୍ରସାଦ ପାଇ ସୌଭାଗ୍ୟ ପାଉଥିଲେ । ହେଲେ ପ୍ରଶାସନର ଏପରି ନିଷ୍ପତିକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ସୁଆର ମହାସୁଆର ନିଯୋଗ ଅନୁରୋଧକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବାର ବ୍ୟବସ୍ଥା କରିଥିଲେ । କିନ୍ତୁ ଆଜିଠାରୁ ଏହା ବନ୍ଦ କରି ଦିଆଯାଇଛି । ଏଣୁ ନିଯୋଗ ଏ ଦିଗରେ ଆଗାମୀ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବ ବୋଲି ଶ୍ରୀ ମହାସୁଆର କହିଛନ୍ତି ।












Click it and Unblock the Notifications