ଆସିଲା ଡିସେମ୍ବର ଗାଇଡଲାଇନ: ଫିକା ପଡ଼ିବ ନୂଆବର୍ଷ, ଜିରୋ ନାଇଟ୍ ସେଲିବ୍ରେସନ ମନା
ଗତ ବର୍ଷ ଭଳି ଏଥର ମଧ୍ୟ ଫିକା ପଡ଼ିବ ନୂଆ ବର୍ଷ। ରାଜ୍ୟରେ ଏଥର ସେଲିବ୍ରେସନ୍ ହେବନି ଜିରୋ ନାଇଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଡିସେମ୍ବର ଗାଇଡଲାଇନରେ ଏହା ସ୍ପଷ୍ଟ ହୋଇଛି।
ଭୁବନେଶ୍ୱର: ଗତ ବର୍ଷ ଭଳି ଏଥର ମଧ୍ୟ ଫିକା ପଡ଼ିବ ନୂଆ ବର୍ଷ। ରାଜ୍ୟରେ ଏଥର ସେଲିବ୍ରେସନ୍ ହେବନି ଜିରୋ ନାଇଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଡିସେମ୍ବର ଗାଇଡଲାଇନରେ ଏହା ସ୍ପଷ୍ଟ ହୋଇଛି। ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ଏକାଠି ହେବା ମନା ହୋଇଛି । ୩୧ ଡିସେମ୍ବର ଓ ୧ ଜାନୁଆରୀ ପାଇଁ ଏହି କଟକଣା ରହିବ ।

ସେହିପରି ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେସନ୍ କରିବାକୁ ବାରଣ କରାଯାଇଛି। ଏହାସହ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ପିକନିକ୍ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି।
ପୂର୍ବଭଳି ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ । ତେବେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ । କୋଭିଡ୍ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଲ୍ ଚାଲିବ । ବାହାଘର, ବ୍ରତଘର ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇପାରିବେ ।












Click it and Unblock the Notifications