Debashish Samantaray: ଇସ୍ତଫା ଦେଲେ ବିଜୁ ଜନତା ଦଳ ଏମପି ଦେବାଶିଷ ସାମନ୍ତରାୟ
ଇସ୍ତଫା ଦେଲେ ଦେବାଶିଷ । ଇସ୍ତଫା ଦେଲେ ବିଜୁ ଜନତା ଦଳ ଏମପି ଦେବାଶିଷ ସାମନ୍ତରାୟ । FAO ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (FAO) ସଭାପତି ପଦରୁ ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ ଇସ୍ତଫା ପତ୍ର ପୋଷ୍ଟ କରି ପଦ ଛାଡ଼ିବା ସୂଚନା ଦେଇଛନ୍ତି । ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି FAO ସମ୍ପାଦକଙ୍କୁ ଚିଠିରେ କହିଛନ୍ତି ।

ଓଡ଼ିଶା ଫୁଟବଲ ସଂଘ ସମ୍ପାଦକଙ୍କୁ ଲେଖିଥିବା ପତ୍ରରେ ଦେବାଶିଷ ସାମନ୍ତରାୟ ଉଲ୍ଲେଖ କରିଛନ୍ତି ଯେ ମୋର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ବ୍ୟକ୍ତିଗତ ଯୋଗଦାନ ଯୋଗୁ ମୁଁ ଓଡ଼ିଶା ଫୁଟବଲ ସଂଘ ସଭାପତି ପଦକୁ ନ୍ୟାୟ ଦେବାରେ ଅସମର୍ଥ। ତେଣୁ ମୁଁ ଏହି ପଦରୁ ଇସ୍ତଫା ଦେଇଛି ଏବଂ ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱରେ ଫୁଲବଲ ସଂଘ ଓଡିଶାରେ ଫୁଟବଲକୁ ପ୍ରୋତ୍ସାହିତ କରିବାରେ କାର୍ଯ୍ୟ କରିବ।
ସେପଟେ ଗତ ଦୁଇଟି ନିର୍ବାଚନରେ ଦେବାଶିଷ ରାଧାରମଣ କ୍ଲବ ପକ୍ଷରୁ ପ୍ରତିନିଧିତ୍ବ କରି ନିର୍ଦ୍ବନ୍ଦ୍ବରେ ସଭାପତି ହୋଇ ଆସୁଥିଲେ ବେଳେ ଏଥର କିନ୍ତୁ ରାଧାରମଣ କ୍ଲବ ପକ୍ଷରୁ ତାଙ୍କ ନାଁ ପଠାଯାଇନାହିଁ । ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ବିଜେପି ନେତା ସମୀର ଦେଙ୍କ ନାଁ ଦିଆଯାଇଛି । ତେଣୁ ସମୀର ଦେ ପୁଣି କ୍ରୀଡା ସଂଘକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୨୧ରେ ନିର୍ବାଚନ ହେବ । ତେବେ ଫାଓରେ ମୋଟ୍ ୨୪୧ଜଣ ଭୋଟର ରହିଛନ୍ତି ।
ତେବେ ସରକାର ବଦଳିବା ପରେ ରାଜ୍ୟରେ ଚାଲିଛି ପରିବର୍ତ୍ତନର ଧାରା । ସରକାର ବଦଳର ପ୍ରଭାବ କ୍ରୀଡା ସଂଘଗୁଡିକ ଉପରେ ବି ଦେଖିବାକୁ ମିଳିଲାଣି । ଚର୍ଚ୍ଚା ହେଉଛି ରାଜ୍ୟର ବିଭିନ୍ନ କ୍ରୀଡା ସଂଘରେ ପଦପଦବୀରେ ରହିଥିବା ରାଜନେତା ବଦଳିବେ । ଓଡିଶା ଫୁଟବଲ୍ ସଂଘ ବା ଫାଓ ନିର୍ବାଚନରେ ବି ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି । ସେପଟେ ଫାଓର ସଭାପତି ରହିଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ନିର୍ବାଚନ ପ୍ରକ୍ରିୟାକୁ ଆସିବେନି ବୋଲି ଚର୍ଚ୍ଚା ଧରିଥିବା ବେଳେ ଏବେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ।












Click it and Unblock the Notifications