ଆଜିଠୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି: ଆସନ୍ତାକାଲି ବଡ଼ଦାଣ୍ଡରେ ଜଳିବ ଏକ ଲକ୍ଷ ଦୀପ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦେବ ଦୀପାବଳି ଉତ୍ସବ । ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରୁ ଆରମ୍ଭ ହୁଏ ଦେବ ଦୀପାବଳି ଉତ୍ସବ । ପିତୃପୁରୁଷଙ୍କୁ ପିଣ୍ଡ ଅର୍ପଣ କରିବେ ମହାପ୍ରଭୁ । ଏହି ଅବସରରେ ଶ୍ରୀବିଗ୍ରହଙ୍କ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହେବ ।

ଦେବଦୀପାବଳିରେ ପୁରୀ ବଡ଼ଦାଣ୍ଡ ହେବ ଦୀପମୟ ।‌ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଜଳିବ ଏକ ଲକ୍ଷ ଦୀପ । ଏହି ଦିନ ବଡଦାଣ୍ଡରେ ଏକ ଲକ୍ଷ ଦୀପ ଜଳିବ। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ଏହି ଦୀପଦାନ କରାଯିବ । ଏଥିରେ ଭକ୍ତ ଓ ଦର୍ଶନାର୍ଥିଙ୍କ ସହ ବିଭିନ୍ନ ସାଂମାଜିକ ଓ ସେଚ୍ଛାସେବୀ ସଂଗଠନ ସାମିଲ ହେବେ ।

ଆସନ୍ତା ୧୨ ତାରିଖ ସନ୍ଧ୍ୟା ୫ଟାରୁ ରାତି ୭ଘଟିକା ପର୍ଯ୍ୟନ୍ତ ପବିତ୍ର ଦେବ ଦୀପାବଳୀ ଅବସରରେ ଏହି ଦୀପଦାନ କାର୍ଯ୍ୟକ୍ରମ ହେବ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯିବ। ଏହି ଅବସରରେ ଏକଲକ୍ଷ ଦୀପଶିଖାରେ ଝଲସିବ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଦୀପମୟ ହେବ ।

Deb Diwali

ଉକ୍ତ ଦିନ ଦିନ ୧୦ଟାଠାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ମେଡିକାଲ୍‌ ଛକସ୍ଥିତ ହାତୀ ଆଖଡ଼ା ମଠ ଠାରେ ବିଶ୍ୱଶାନ୍ତି ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯାଇଛି ।

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ତିନି ଦିନ ଧରି ଶ୍ରୀମନ୍ଦିରରେ ଦେବଦୀପାବଳି ପାଳନ କରାଯିବ। ସେଦିନମାନଙ୍କରେ ଘରେ ଘରେ ଦୀପ ଲାଗିବ। ମନ୍ଦିର ପୂରା ଆଲୋକିତ ହେବ। ଏହିଦିନ ମାନଙ୍କରେ ଭକ୍ତମାନେ ପୁରୀ ଆସି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରନ୍ତୁ।

ସନ୍ଧ୍ୟା ୭ଟା ୩୦ରେ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ମୁକ୍ତାକାଶ ରଙ୍ଗମଞ୍ଚରେ ପୁରୀର ବିଶିଷ୍ଟ କଣ୍ଠଶିଳ୍ପୀକୁ ନେଇ ଭଜନ ପରିବେଷଣ କରାଯିବ ବୋଲି ଓଡ଼ିଶା ଇଣ୍ଟରନ୍ୟାସନାଲ୍‌ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+