ଏମିତି ବି ଆସେ ମୃତ୍ୟୁ ; ପୋଖରୀରେ ବୁଡି ଦୁଇ ଭଉଣୀ ମୃତ
କାଶିଆ ସାମୁଦ୍ରିକ ଥାନା ସାନକୃଷ୍ଣ ଡିହସହି ଗାଁରେ ଗୁରୁବାର ଅଘଟଣ ଘଟିଛି। ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତକ ବସନ୍ତ ମଳିକଙ୍କ ଝିଅ କ୍ରୀଷ୍ଣା ଓ କୋଏଲ। ଉଭୟଙ୍କ ବୟସ ୫ ରୁ ୭ ବର୍ଷ ମଧ୍ୟରେ ହେବ। ଘର ପାଖରେ ଦୁଇ ଜଣ ଖେଳୁଥିବା ବେଳେ ପାଖରେ ଥିବା ପୋଖରୀରେ ପଡି ଯାଇଥିଲେ।

ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ପୋଖରୀରୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଦୁଇ ଜଣକୁ ମୃତ ଘୋଷଣା କରିଥିଲେ। ଦୁଇ ଭଉଣୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications