ସମ୍ବଲପୁରୀ ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁ ସସ୍ପେନ୍ସ; ସ୍ଲୋ ପଏଜନ ହେତୁ ମୃତ୍ୟୁ ହୋଇଥିବା ଅଭିଯୋଗ
ସମ୍ବଲପୁରୀ ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁ ସସ୍ପେନ୍ସ। ତେବେ ଏନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ପରିବାର ଲୋକ ଓ ସମ୍ପର୍କୀୟ । ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍କ୍ରାବ୍ ଟାଇଫସ୍ ବୋଲି କୁହାଯାଉଛି । ତେବେ ସ୍ଲୋ ପଏଜନ ଯୋଗୁଁ ରୁକ୍ ସାନା ବାନୋଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନସାରେ ୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।












Click it and Unblock the Notifications