ଯୋଡା ମୁଣ୍ଡ ଶିଶୁ କାଳିଆର ମୃତ୍ୟୁ
ବହୁ ଚର୍ଚ୍ଚିଚ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ମୃତ୍ୟୁ ହୋଇଯାଇଛି । କିଛି ସମୟ ତଳେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିଲା ।
ଭୁବନେଶ୍ବର: ଆରପାରିରେ କାଳିଆ । ଜଗାକୁ ଏକା କରି ଚାଲିଗଲା ତାର ଭାଇ କାଳିଆ । ବହୁ ଚର୍ଚ୍ଚିଚ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ମୃତ୍ୟୁ ହୋଇଯାଇଛି । କିଛି ସମୟ ତଳେ କାଳିଆର ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିଲା । ତେବେ ଆଜି ରାତି 9ଟା 10ରେ କାଳିଆର ମୃତ୍ୟୁ ହୋଇଥିବା କଟକ ଏସସିବି ପକ୍ଷରୁ କୁହାଯାଇଛି ।

ଏସସିବି ହସ୍ପିଟାଲରେ ଡାକ୍ତରମାନଙ୍କ ଅନେକ ଉଦ୍ୟମ ସତ୍ତ୍ୱେ ଚିକିତ୍ସାଧିନ ଅବସ୍ଥାରେ କାଳିଆର ମୃତ୍ୟୁ ହୋଇଛି । ଜଗା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛି ।












Click it and Unblock the Notifications