ହୋମ୍‌ଗାର୍ଡ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ । ଶାରୀରିକ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୌଡୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।

Home Guard exam

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ତରତୁଆ ରିଜର୍ଭ ପଡ଼ିଆରେ ଶାରୀରିକ ପରୀକ୍ଷା ବେଳେ ଅଘଟଣ ଘଟିଛି । ଦୌଡୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ପରୀକ୍ଷାର୍ଥୀ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଇମାଦୁଲ୍ ହକ୍ । ୧୬ ଶହ ମିଟର ଦୌଡ଼ ଚାଲିଥିବା ବେଳେ ଏଭଳି ଘଟିଥିଲା । ଅସୁସ୍ଥ ହେବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଇମାଦୁଲ୍‌ଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ତାଙ୍କ ପରିବାର । ଏ ନେଇ ପ୍ରଶାସନକୁ ସାହାଯ୍ୟ ମାଗିଛନ୍ତି ପରିବାର ଲୋକେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+