ହାଇୱା ଧକ୍କାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ ମାମଲା ; ଦୁର୍ଘଟଣା ନୁହେଁ, ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା, ସ୍ପଷ୍ଟ କଲେ ସମ୍ବଲପୁର

ଗତ ଶନିବାର ବିଳମ୍ବିତ ରାତିରେ ସମ୍ବଲପୁରରେ ଏକ ହାଇୱା ଧକ୍କାରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତେବେ ତାହା ଦୁର୍ଘଟଣା ନୁହେଁ, ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ବୋଲି ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି। ହାଇୱା ଡ୍ରାଇଭର ଜାଣିଶୁଣି କାର୍‌କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ'ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍‌ପି।

Sambalpur SP

ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଏସ୍‌ପି କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ଉକ୍ତ ଦୁର୍ଘଟଣା ଘଟାଯାଇଛି। ହାଇୱା ଡ୍ରାଇଭର ଜାଣିଶୁଣି କାର୍‌କୁ ପିଟିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଉଛି। ଡ୍ରାଇଭରଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି। ପଚରାଉଚରା ସମୟରେ ସେ କଥା ବଦଳାଉଛନ୍ତି।ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ଚାଲିଥିବା ବେଳେ ତାଙ୍କର କିଛି ସହଯୋଗୀଙ୍କୁ ପଚରାଉଚରା କରାଯାଇଛି। ଦୁର୍ଘଟଣା ସମୟରେ ହାଇୱାରେ ଡ୍ରାଇଭର ଏକା ଥିଲେ। ସନ୍ଧ୍ୟା ସୁଦ୍ଧା ରହସ୍ୟ ଖୋଲିବ ବୋଲି ଏସପି କହିଛନ୍ତି।

ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ। ମୃତକ ଦ୍ୱୟ ହେଲେ ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+