‘ଜନଜାତିଙ୍କ ସ୍ୱାଭିମାନ ଅସ୍ମିତାର ଅନନ୍ୟ ପ୍ରତୀକ ଲକ୍ଷ୍ମଣ ନାଏକଙ୍କ ପାଇଁ ଆମେ ଗର୍ବିତ'

ଭୁବନେଶ୍ୱର: ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ମିଳିତ ସହଯୋଗରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କହିଲେ ଯେ ଆପଣାର ହକ୍ ବା ଅଧିକାର ସାବ୍ୟସ୍ତ କରିବା ପାଇଁ ଜଣେ ସରଳ ଜନଜାତି ମଣିଷ କିପରି ଦେଶପ୍ରେମର ନିଦର୍ଶନ ରଖିଯାଇପାରେ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶହୀଦ ବୀର ଲକ୍ଷ୍ମଣ ନାଏକ ।

କୋରାପୁଟର ତେନ୍ତୁଳିଗୁମା ପରି ଏକ ଅଖ୍ୟାତ ଗ୍ରାମରେ ଜନ୍ମଗ୍ରହଣ କରି ଲକ୍ଷ୍ମଣ ନାଏକ ସ୍ୱାଧୀନତା ଆନ୍ଦୋଳନରେ ସର୍ବୋଚ୍ଚ ବଳିଦାନ ଦେଇ ସମସ୍ତ ଓଡ଼ିଆଙ୍କ ପାଖରେ ଚିରନମସ୍ୟ ହୋଇ ରହିଛନ୍ତି । ଜନଜାତିଙ୍କ ସ୍ୱାଭିମାନ ଅସ୍ମିତାର ଅନନ୍ୟ ପ୍ରତୀକ ଲକ୍ଷ୍ମଣ ନାଏକଙ୍କ ପାଇଁ ଆମେ ଗର୍ବିତ ବୋଲି ସେ ପ୍ରକାଶ କରିଥିଲେ ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଫାଶୀଖୁଣ୍ଟରେ ଝୁଲିଥିଲେ ସେମାନଙ୍କ ମଧ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକ ଅନ୍ୟତମ ।

Death anniversary of Saheed Laxman Nayak

ମାଲକାନଗିରିର ଗାନ୍ଧୀ ଲକ୍ଷ୍ମଣ ନାଏକ ଭାରତ ସ୍ୱାଧୀନତା ଆନ୍ଦୋଳନ ସହ ଜନଜାତି ଅସ୍ମିତା ଓ ସ୍ୱାଭିମାନ ପାଇଁ ଯେଉଁ ଅବଦାନ ରଖିଯାଇଛନ୍ତି ତାହା ଉତ୍ତରପିଢ଼ିଙ୍କ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ । ଆଦିବାସୀମାନଙ୍କୁ ସଂଗଠିତ କରି ଭାରତ ଛାଡ଼ି ଆନ୍ଦୋଳନକୁ ସଫଳ କରିବା ସହ ସେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ନାୟକ ସାଜିଥିଲେ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ ।

ବିଶିଷ୍ଟ ଶିକ୍ଷାବିତ୍ ଓ ଗବେଷକ ଡ. ଗିରିଶ ପ୍ରସାଦ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୀବନୀ ଓ ଆଦର୍ଶ ନେଇ ସବିଶେଷ ସୂଚନା ଦେଇଥିଲେ । ଶହୀଦ ଲକ୍ଷ୍ମଣ ନାଏକ ଭାରତର ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଶାର ଜନଜାତିଙ୍କ ଅବଦାନର ଏକ ଅମ୍ଳାନ ଉଦାହରଣ ବୋଲି ଅଭିହିତ କରି ତାଙ୍କ ଦେଶପ୍ରେମ, ତ୍ୟାଗ ଓ ଅଦମ୍ୟ ସାହସ ଭବିଷ୍ୟତ ପିଢ଼ିଙ୍କ ମାର୍ଗଦର୍ଶନ କରୁଥବ ବୋଲି ଉଲ୍ଲେଖ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଲକ୍ଷ୍ମଣ ନାଏକଙ୍କ ଆନ୍ଦୋଳନ ଇଂରେଜ ସରକାର ଓ ଜୟପୁର ଜମିଦାରୀର ଶୋଷଣ ଏବଂ ଆଦିବାସୀମାନଙ୍କ ପ୍ରତି ଅନ୍ୟାୟ ବିରୋଧରେ ଉଦ୍ଦିଷ୍ଟ ଥିଲା । ନିଃସ୍ୱାର୍ଥପର ଓ ନିର୍ଜୀକ ଜନସେବା ଯୋଗୁଁ ସେ ଲୋକଙ୍କର ପ୍ରିୟପାତ୍ର ହୋଇଥିଲେ । ପ୍ରାରମ୍ଭରେ ଅତିଥିମାନେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ଇଂ ଗୋଦାବୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଚ୍ଚମାଧ୍ୟମର ପ୍ରତିନିଧୀଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ସକାଳେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଓ ଅନ୍ୟ ବିଭାଗୀୟ ଅଧିକାରୀ, ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର କର୍ମକର୍ତ୍ତା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସକାଳ ୮ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଏବଂ ୮.୩୦ ସମୟରେ କଳିଙ୍ଗ ହସ୍‌ପିଟାଲ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+