ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି
ଥମିଲାନି ହଟ୍ଟଗୋଳ, କମିଲାନି ବିରୋଧ । ପୁଣି ଗୃହ ମୁଲତବୀ । ପ୍ରଥମେ ୧୧ଟା ୩୦ ଯାଏଁ ହୋଇଥିଲା ମୁଲତବୀ । ତାପରେ ପୁଣି ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ବିରୋଧୀଙ୍କ ହଙ୍ଗାମା ଓ ହଟ୍ଟଗୋଳ ଲାଗି ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଚନ୍ତି ବାଚସ୍ପତି ସୁରମା ପାଢୀ ।

ବିଧାନସଭା ବଜେଟ୍ ଅଧିବେଶନ । ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହୋହାଲ୍ଲା ଏବଂ ନାରାବାଜିରେ କମ୍ପିଥିଲା ବିଧାନସଭା । ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ହଙ୍ଗାମା କରିଥିଲେ । ଯାହାଫଳରେ ପ୍ରଥମେ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ମୁଲତବୀ ସମୟସୀମା ଆରମ୍ଭ ହେବା ମାତ୍ରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ସମାନ ପ୍ରସଙ୍ଗ ନେଇ ବିରୋଧୀ ପୁଣି ହଟ୍ଟଗୋଳ କରିଥିଲେ । ଏସ୍ସିବିରେ ନିଆଁ ଲାଗି ପୋଡ଼ିବା ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଶେଷରେ ବାଚସ୍ପତି ପୁନର୍ବାର ବିଧାନସଭାକୁ ମୁଲତବୀ ରଖିଛନ୍ତି । ଅପରାହ୍ନ ୪ଟା ଯାଏଁ ଗୃହ କାର୍ଯ୍ୟକୁ ବନ୍ଦ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
ସେପଟେ ବିଧାନସଭା ମୁଲତବୀ ପରେ ବି ଥମିନାହିଁ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଗୃହ ବାହାରେ ବିରୋଧୀ ସଦସ୍ୟମାନେ କୋକେଇ ଶୋଭାଯାତ୍ରା କରିଥିଲେ । ରାମ୍ ନାମ୍ ସତ୍ୟ ହେ ନାରାରେ କମ୍ପିଥିଲା ବିଧାନସଭା ପରିସର । ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଥିଲେ । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍ ଦେଇଛନ୍ତି ।
-
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଜନ୍ମ ନେଲା ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ -
କାଲିଠୁ ମାଟ୍ରିକ୍ ଖାତାଦେଖା -
ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ -
ଆଜି ରାଜ୍ୟସଭା ନିର୍ବାଚନ; ବେଙ୍ଗାଲୁରୁ ଫେରିଲେ କଂଗ୍ରେସ ବିଧାୟକ, ସୋଫିଆ କହିଲେ... -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର -
SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ, ୧୦ ରୋଗୀଙ୍କ ମୃତ୍ୟୁ ସୂଚନା -
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ; ୧୨ଟା ଯାଏଁ ଗୃହ ମୁଲତବି -
ବଢ଼ିଲା CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା -
SCB ଅଗ୍ନିକାଣ୍ଡ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ -
SCB ଅଗ୍ନିକାଣ୍ଡ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ -
କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ସିଟ୍ ପରିବର୍ତ୍ତନ ଲାଗି ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା -
'ଯେଉଁ ସଂକଳ୍ପ ନେଇ ନବନିର୍ବାଚିତ ସାଂସଦମାନେ ଦିଲ୍ଲୀ ଯିବେ, ସେମାନେ ସଂସଦରେ ଓଡ଼ିଶାର ସ୍ବରକୁ ଶାଣିତ କରିବେ'











Click it and Unblock the Notifications