କଟକ ଯୋବ୍ରାରେ ହାତୀର ମୃତ ଦେହ ଠାବ
କଟକ ଯୋବ୍ରାରେ ହାତୀର ମୃତ ଦେହ ଠାବ ,
କଟକ: କଟକ ଯୋବ୍ରାରେ ହାତୀର ମୃତ ଦେହ ଠାବ ହୋଇଛି । ହାତୀପଲ ମହାନଦୀ ପାର୍ କରୁଥିବା ବେଳେ ଗୋଟେ ହାତୀ ଭାସି ଯାଇ ପ୍ରାଣ ହରାଇଥିବା ନେଇ ଅନୁମାନ କରାଯାଉଛି । ହାତୀ ମୃତ ଦେହକୁ ଉଦ୍ଧାର କରିବା ପାଇଁ କଟକ ଏସିଏଫ୍ ବିଜୟ କୁମାର ପରିଡ଼ା ଓ ବିଭାଗୀୟ ଅଧିକାରୀ ଯୋବ୍ରା ବ୍ରିଜ୍ ନିକଟରେ ପହଁଚିଛନ୍ତି । ସୂଚାନ ଅନୁସାରେ ଯୋବ୍ରା ବ୍ୟାରେଜର ୧୭ ନଂ ଗେଟରେ ଏକ ହାତୀ ମୃତ ଦେହ ଲାଗି ରହିଥିଲା । ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ୨ଟି ଡଙ୍ଗାରେ ହାତୀର ମୃତ ଦେହକୁ କୂଳକୁ ଅଣାଯାଇଛି ।

ସେପଟେ ଏବେ ମଧ୍ୟ କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ ଦେଖିବା ପାଇଁ ମିଳିଛି । ଜଗତପୁର ପଣ୍ତାସାହି ଭିତରେ ଫସି ରହିଛି ଏକ ଛୋଟ ହାତୀ । ହାତୀକୁ ଗାଁ ଭିତରୁ ଘଉଡ଼ାଇବା ପାଇଁ ବନବିଭାଗ ଓ ପୋଲିସର ଉଦ୍ୟମ ଜାରି ରହିଛି ।
ସୂଚନାଥାଉ ଯେ, ଗତକାଲି ସାରା ରାତି ଜଗତପୁରରେ ହାତୀପଲର ଉପଦ୍ରବ ଜାରି ରହିଥିଲା । ହାତୀ ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ । ଆଜି ଭୋର ସମୟରେ ହାତୀ ଆକ୍ରମଣରେ ନିମପୁରର ବୃଦ୍ଧା ଓ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ହାତୀପଲ ଘରଦ୍ୱାର ଓ ଗାଡ଼ିମୋଟର ମଧ୍ୟ ଭାଙ୍ଗିଦେଇଥିଲେ ।












Click it and Unblock the Notifications