୪ ଦିନ ହେବ ଥିଲେ ନିଖୋଜ, କାଠଯୋଡି ନଦୀ ବାଲିପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ
Cuttack Crime News: ୪ ଦିନ ହେବ ଥିଲେ ନିଖୋଜ । କାଠଯୋଡି ନଦୀ ବାଲିପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ, ପାଖରେ ପଡିଛି ସାଇକେଲ୍ ଏବଂ ଚପଲ୍ । ମୃତକ ଜଣକ ହେଲେ ସାହିଲ ଜେନା । ଘଟଣାସ୍ଥଳରେ ପହଞ୍ଚି ସାହିଲଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, କଟକ କାଠଯୋଡି ନଦୀପଠାରେ ଏକ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା । ଉଦ୍ଧାର ହୋଇଥିବା ମୃତଦେହ ୪ ଦିନ ହେବ ନିଖୋଜ ଥିବା ଛାତ୍ରଙ୍କର ପୋଲିସି ସ୍ପଷ୍ଟ ହୋଇଥିଲା । ଯାହା ପରେ ପୋଲିସ ପରିବାର ଲୋକଙ୍କୁ ଖବର ଦେବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି ।
ତେବେ ସାହିଲ ନିଖୋଜ ଥିବା ନେଇ ୪ ଦିନ ପୂର୍ବରୁ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା, ଏବେ ସାହିଲଙ୍କ ମୃତ ଦେବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି । ପରିବାର ଲୋକ ମୃତ ଦେବକୁ ଚିହ୍ନକ କରିଛନ୍ତି ।

ତେବେ ପିଲାଟିକୁ କାହିଁକି,କିଏ ଏବଂ କିପରି ହତ୍ୟା କରିଛି ତାବା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଚ ହୋଇପାରି ନାହିଁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି କରାଯାଇଥାଇ ପାରେ ବୋଲି ସେନ୍ଦହ କରଯାଉଛି । ବର୍ତ୍ତମାନ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା, ଯାହା ପରେ ସାହିଲଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।












Click it and Unblock the Notifications