ଅଳିଆ ଗଦାରୁ ନବଜାତ କନ୍ୟାର ମୃତ ଦେହ ଉଦ୍ଧାର
Odisha News: ଆରମ୍ଭ ହୋଇଯାଇଛି ଆଉ ଏକ ନୂଆ ବର୍ଷ, ବେଶ୍ ଉତ୍ସାହର ସହ ଇଂରାଜୀ ନବ ବର୍ଷ ଆମେ ପାଳନ ତ କଲେ ହେଲେ ବଦଳି ନାହିଁ ମାନସିକତା । ପୁଣି ଆଲୋଡା ହୋଇଛି ଶିଶୁ କନ୍ୟା । ଅଳିଆ ଗଦାରୁ ନବଜାତ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଏପରି ଘଟଣା ପୁରୁଷୋତ୍ତମପୁର ଥାନା ଦାମୋଦରପୁର ଗାଁ ଘଟିଛି । ଉକ୍ତ ଗାଁର ଏକ ଅଳିଆ ଗଦାରୁ ମୃତ ଦେହ ଉଦ୍ଧାର କରାଯାଇଛି ।

ହେଲେ ଅଳିକା ଗଦାରେ ପଡି ରହିଥିବା ମୃତ କନ୍ୟାର ସନ୍ତାନର ପିତା ମାତା କିଏ, ମୃତ ନବଜାତ କେଉଁଠୁ ଆସିଲା କିଏ ଏଠି ତାକୁ ଫିଙ୍ଗିଦେଇ ଯାଇଛି ସେନେଇ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ ହେଲେ ଏପରି ଘଟଣା ପ୍ରଥମ ନୁହେଁ ପୂର୍ବରୁ ଅନେକ ଥର ଏପରି ଅଳିଗଦାରୁ ମିଳିଛି ନବଜାତ କନ୍ୟାର ମୃତ ଶରୀର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।












Click it and Unblock the Notifications