ସାତକୋଶିଆ ଗଣ୍ଡରେ ବିରାଟ କୁମ୍ଭୀରର ମୃତଦେହ, ତଦନ୍ତ ଆରମ୍ଭ କଲା ବନ ବିଭାଗ
ସାତକୋଶିଆ ଗଣ୍ଡରେ ଏକ ବିରାଟ କୁମ୍ଭୀରର ମୃତଦେହ ପଡ଼ିରହିଛି। ବାଲିପୁଟ ଠାରୁ ରାଣୀଭୂଇଁ ମଧ୍ୟରେ ବାଲିରେ ଏକ ବିରାଟ କୁମ୍ଭୀର ମରି ପଡ଼ିଥିବା କିଛି ଲୋକ ଦେଖିଥିଲେ। ତେବେ କୁମ୍ଭୀରର ମୃତ୍ୟୁ କିପରି ହେଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ। ଗତକାଲି ଠାରୁ କୁମ୍ଭୀର ମୃତ ଦେହ ପଡ଼ିଥିଲେ ମଧ୍ୟ ବନ ବିଭାଗ ପାଖରେ କୌଣସି ଖବର ନଥିବା ଜଣାପଡିଛି।

ଖବର ଅନୁଯାୟୀ, ସାତକୋଶିଆ ବାଲିପୁଟ ଠାରୁ ରାଣୀଭୂଇଁ ମଧ୍ୟରେ ବାଲିରେ ଏକ ବିରାଟ କୁମ୍ଭୀର ମରି ପଡ଼ିଥିବା କିଛି ଲୋକ ଦେଖିଥିଲେ। କୁମ୍ଭୀରଟିର ବୟସ କେତେ ହେବ, ଏବଂ ତାର ମୃତ୍ୟୁ କିପରି ହେଲା, ସେନେଇ କୌଣସି ସୂଚନା ମିଳିପାରି ନାହିଁ। ଶନିବାର ଠାରୁ କୁମ୍ଭୀର ମୃତଦେହ ପଡ଼ିଥିଲେ ମଧ୍ୟ, ବନ ବିଭାଗ ପାଖରେ କୌଣସି ଖବର ନାହିଁ। ସେହି ନିକଟରେ ବନ ବିଭାଗ ବିଟ୍ ଥିଲେ ମଧ୍ୟ କିପରି ବନ ବିଭାଗ କର୍ମଚାରୀ ଏତେ ସମୟ ପର୍ଯ୍ୟନ୍ତ ଜାଣିପାରିଲେ ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲିଣ୍ଡା ବନ୍ୟପ୍ରାଣୀ ରେଞ୍ଜର ଲିଙ୍ଗରାଜ ଭୋଇଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।












Click it and Unblock the Notifications