ଇବ୍ ନଦୀରୁ ମିଳିଲାନି ଖୋଜ ୩ ଜଣଙ୍କ ମୃତଦେହ; ଦୁଇ ପୁତୁରା ସହ ଚାଲିଗଲା କାକା

ସୁନ୍ଦରଗଡ଼: ମିଳିଲା ଇବ୍ ନଦୀରୁ ନିଖୋଜ ୩ ଜଣଙ୍କ ମୃତଦେହ । କାକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ ମିଳିଲା । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ମୃତଦେହ ଉଦ୍ଧାର ହୋଇଛି । କାଲି ପରିବାର ସହ ବୁଲିବାକୁ ଆସି ୩ ଜଣ ଭାସି ଯାଇଥିଲେ । ସୁନ୍ଦରଗଡ଼ ସହର ସେମିନା ନିକଟ ଇବ୍ ନଦୀରେ ବୁଡ଼ିଯାଇଥିଲେ ।

ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମାନେ ଯାଇଥିଲେ । ଭୋଜି ସାରି ଇବ୍ ନଦୀରେ ଗାଧୋଇବା ପାଇଁ ଯାଇଥିଲେ କକା ଓ ପୁତୁରା । ତିନି ଜଣ ନଦୀରେ ଗାଧୋଇବା ବେଳେ ହଠାତ୍ ନଦୀ ପାଣିରେ ବୁଡି ଯାଇଥିଲେ।

ଗତକାଲି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥଲା। ଅନ୍ଧାର ହୋଇଯାଇଥିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ପୁଣି ରେସକ୍ୟୁ ଅପରେସନ୍ କରାଯାଇଥିଲା। ଶନିବାର ଏମାନେ ପରିବାର ସହ ଭୋଜି କରିବାକୁ ଆସିଥିବାବେଳେ ଭାସିଯାଇଥିଲେ।

dead bodies

ଗତକାଲି ଜନ୍ମଦିନ ଥ‌ିବାରୁ ସମସ୍ତେ ଭୋଜି କରିବାକୁ ଇବ୍ ନଦୀ ପଠକୁ ଯାଇଥି ଖୁସିରେ କେକ୍ କାଟି ନାଚ ଗୀତ କରିଥିଲେ। କିଛି ସମୟ ପରେ ତିନି ଜଣ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥଲେ । ସେମାନଙ୍କ ମୃତଦେହ ଉଦ୍ଧାର ପରେ ଗାଁରେ ଶୋକାକୂଳ ପରିବେଶ ।

ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟର ଗୋଟିଏ ପରିବାର ମହମ୍ମଦ ଫରାନ,ମହମ୍ମଦ ରିଜ୍ମାନ ଓ ମହମ୍ମଦ ସାଜିଦ୍ ଭାସି ଯାଇଥିଲେ । ଫାରାନ୍ ଓ ରିଦ୍ବାନଙ୍କ ମୃତଦେହ ଉଦ୍ଧାର କାଲି ହୋଇଥିବା ବେଳେ ଆଜି ସାଜିଦଙ୍କ ମୃତଦେହ ଉଦ୍ଧାର ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+