ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରେଳ ଟ୍ରାକ୍‌ରେ ୪ ମୃତଦେହ , ହତ୍ୟା ସନ୍ଦେହ

କୋଇଡ଼ା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗର ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ଚାରି ଜଣଙ୍କ ମୃତଦେହ ଦେଖିବା ପରେ ଏହି ଅଞ୍ଚଳରେ ଆତଙ୍କର ମାହୋଲ୍ ଖେଳି ଯାଇଛି । ବିମଳାଗଡ଼-କିରିବୁରୁ ରେଳ ଟ୍ରାକର କିରିବୁରୁ ପାଖରେ ପଡ଼ିଛି ୪ ମୃତଦେହ ।

୨ଟି ମୃତଦେହ ଅଖା ଭିତରେ, ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି । ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ରେଲୱେ ଟ୍ରାକରେ ପଡିଥିବା ମୃତଦେହ ମଧ୍ୟରେ ଗୋଟିଏ ଆଠ ମାସର ଶିଶୁ ଓ ଗୋଟିଏ ଅଢେଇ ବର୍ଷ ଝିଅର ମୃତଦେହ ଅଛି । ୧୫ ମିଟର ଦୂରରେ ଜଣେ ମହିଳାଙ୍କ ମୃତଦେହ ଏବଂ ଜଣେ ଯୁବକଙ୍କର ଶବ ମଧ୍ୟ ପଡ଼ିଛି ।

dead bodies

ତେଣୁ ୪ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ଟ୍ରାକରେ ମୃତଦେହ ଠାବ ହେବା ପରେ ଡିଏସପି ରାକେଶ ମିଞ୍ଜ, ଜିଆରପି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+