ସରିଲା ଶୀତ, ଆଜିଠୁ ତାତି
ସରିଲା ଶୀତ । ଆଜିଠୁ ବଢିବ ତାତି । ସାରା ରାଜ୍ୟରେ ଆଜିଠୁ ତାପମାତ୍ରା ବୃଦ୍ଧି ପାଇବ । ଆଜିଠୁ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବ। ଏନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର: ସରିଲା ଶୀତ । ଆଜିଠୁ ବଢିବ ତାତି । ସାରା ରାଜ୍ୟରେ ଆଜିଠୁ ତାପମାତ୍ରା ବୃଦ୍ଧି ପାଇବ । ଆଜିଠୁ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବ। ଏନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରୁ ଶୀତ ସମ୍ପୂର୍ଣ୍ଣ ବିଦାୟ ନେଇଯିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଏଥି ସହିତ କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା (ରାତି ତାପମାତ୍ରା) ବଢିଯିବ ଓ ତାତି ଆରମ୍ଭ ହୋଇଯିବ ।
ରବିବାର ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ପାରଦ ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୁଳ ୩୩.୭, ଭୁବନେଶ୍ୱର ୩୩.୫, ଝାରସୁଗୁଡ଼ା, ମାଲକାନଗିରି ଓ ନୟାଗଡ଼ରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ସବୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାର କରିବାର ସମ୍ଭାବନା ସୃଷ୍ଟି ହୋଇଛି।
ଅନ୍ୟପଟେ ଫେବୃଆରୀ ମାସ ପାଇଁ ଆଇଏମଡି ପକ୍ଷରୁ ଜାରି ଆକଳନରେ କୁହାଯାଇଛି ଯେ ଚଳିତ ମାସ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାକୁ ଥିବା ବେଳେ ଦକ୍ଷିଣରୁ ଉତ୍ତର ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଯଥେଷ୍ଟ ଅଧିକ ରହିବ। ଯାହାଦ୍ୱାରା ଏହି ସ୍ଥାନ ଗୁଡ଼ିକରେ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରବଳ ଖରାର ପ୍ରକୋପ ଦେଖାଯିବ ନେଇ ଆଶଙ୍କା କରାଯାଉଛି ।












Click it and Unblock the Notifications