ଶୀତରୁ ମିଳିବ ତ୍ରାହି: ରାଜ୍ୟରେ ତାପମାତ୍ରା ବଢିବ, ଦିନର ତାପମାତ୍ରାରେ ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଶୀତର ପ୍ରକୋପରୁ ସାମୟିକ ଆଶ୍ଵସ୍ତି ମିଳିବ। ଦିନର ତାପମାତ୍ରା ରାଜଧାନୀ ଭୁବନେଶ୍ବର ସମେତ ସମଗ୍ର ରାଜ୍ୟରେ ଦୁଇ ରୁ ତିନି ଡିଗ୍ରୀ ବଢିବ । ସେହିପରି ରାତ୍ରିରେ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ସାମାନ୍ଯ ବୃଦ୍ଧି ହେବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ କମି ଉପକୂଳ ଓଡିଶାରେ ଦିନର ତାପମାତ୍ରା ସର୍ବାଧିକ ୨୨ ଡିଗ୍ରୀରୁ ବଢି ୨୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ରାତିରେ ୧୩ ଡିଗ୍ରୀରୁ ବଢି ତାପମାତ୍ରା ୧୬ କିମ୍ବା ୧୭ ଡିଗ୍ରୀ ମଧ୍ୟରେ ରହିବ ବୋଲି ବିଭିନ୍ନ ଜଳବାୟୁ ସଂସ୍ଥା ଆକଳନ କରିଛନ୍ତି।

ପଶିମ ଓଡିଶାରେ ଶୀତ ଜାରି ରହିବ । ତେବେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାତ୍ରି କାଳୀନ ସର୍ବନିମ୍ନ ତାପମାତ୍ରାରେ ଦୁଇରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧିଘଟିବା ସହିତ ପଶିମ ଓଡିଶାରେ ଶୀତ ପୂର୍ବାପେକ୍ଷା କମ ଅନୁଭୂତ ହେବ । ସେହିପରି ରାଜ୍ୟରେ କିଛିଦିନ ଧରି ଜାରି ରହିଥିବା ଆର୍ଦ୍ରତା ପରିମାଣରେ ହ୍ରାସ ଘଟି ବାୟୁ ଅପେକ୍ଷାକୃତ ଶୁଷ୍କ ରହିବ । ଦିନ ସମୟରେ ଖରାର ପରିମାଣ ମଧ୍ୟ ଅଧିକ ଅନୁଭୂତ ହୋଇ ପାଗ ସାମାନ୍ଯ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି ।












Click it and Unblock the Notifications