ଓଡିଶାରେ ଲାଗୁ ହେବନି ଡେ’ କର୍ଫ୍ୟୁ, ସ୍ପଷ୍ଟ କଲେ SRC
ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ଲକ୍ଡାଉନ ଓ କର୍ଫ୍ୟୁ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ସ୍ପଷ୍ଟୀକରଣ କରିଛନ୍ତି (SRC) ସ୍ୱତନ୍ତ୍ର ରିଲଫ୍ କମିଶନର ପ୍ରଦୀପ କୁମାର ଜେନା।
ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ଲକ୍ଡାଉନ ଓ କର୍ଫ୍ୟୁ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ସ୍ପଷ୍ଟୀକରଣ କରିଛନ୍ତି (SRC) ସ୍ୱତନ୍ତ୍ର ରିଲଫ୍ କମିଶନର ପ୍ରଦୀପ କୁମାର ଜେନା। ସେ କହିଛନ୍ତି ରାଜ୍ୟରେ ଦିନ କର୍ଫ୍ୟୁ ଲାଗୁ ହେବ ନାହିଁ । ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

କରୋନା ସଂକ୍ରମଣ ବଢୁଥିବା ଦେଖି ରାଜ୍ୟ ସରକାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ୍ ୫ ତାରିଖରୁ ଅର୍ଥାତ୍ ସୋମବାର ଠାରୁ ଏହାକୁ ଲାଗୁ କରାଯିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏହି କଟକଣା ଲାଗୁ ହେବ। ଏହି ସବୁ ଜିଲ୍ଲା ଗୁଡ଼ିକରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ କୁହାଯାଇଛି।
ତେବେ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ଥିଲେ। ଆଗାମୀ ଦିନରେ ଦିନ ବେଳେ ବି କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ସେ ସୂଚନା ଦେଇଥିଲେ।












Click it and Unblock the Notifications