Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ 4ରୁ 5 ଦିନ ଭିତରେ ଲାଗୁ ହୋଇ ପାରେ ଦିନ କର୍ଫ୍ୟୁ ! ଜାଣନ୍ତୁ ଏ ସମ୍ପର୍କରେ କଣ କହିଲେ ବାଚସ୍ପତି

ରାଜ୍ୟରେ ଡେ କର୍ଫ୍ୟୁ ଅର୍ଥାତ ଦିନ ବେଳେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇପାରେ । ଦିନ ବେଳା କଟକଣାକୁ ଆହୁରି କଡାକଡି କରାଯିବ

ଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଥିବା କରୋନାର ଦ୍ୱିତୀୟ ଲହରକୁ ନେଇ ଏବେ ଚିନ୍ତା ବଢିଛି । ପ୍ରତ୍ୟେକ ଦିନ 400ରୁ ଅଧିକ ମାମଲା ଏବେ ସାମ୍ନାକୁ ଆସୁଛି । ପରିସ୍ଥିତି ଏପରି ହୋଇଛି ଯେ ରାଜ୍ୟ ସରକାର 10ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଯାହା ଆସନ୍ତା 5 ତାରିଖରୁ ଲାଗୁ ହେବ । ଏହି ସବୁ ଭିତରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ କର୍ଫ୍ୟୁ ନେଇ ସରକାର ଅନୁଧ୍ୟାନ କରୁଛନ୍ତି । ରାଜ୍ୟରେ ଡେ' କର୍ଫ୍ୟୁ ଅର୍ଥାତ ଦିନ ବେଳେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇପାରେ । ଦିନ ବେଳା କଟକଣାକୁ ଆହୁରି କଡାକଡି କରାଯିବ । ସଂକ୍ରମଣ ଯେଉଁ ସ୍ଥାନରେ ବଢୁଛି ସେଠାରେ ଏହି ଡେ' କର୍ଫ୍ୟୁ ଲାଗୁ ହେବାନେଇ ବିଚାର ଚାଲିଛି ।

ସୂର୍ଯ୍ୟନାରାୟଣ ପାତ୍ର

ଏନେଇ ରାଜ୍ୟ ସରକାର ଅନୁଧ୍ୟାନ କରୁଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଆଜି ଡେ' କର୍ଫ୍ୟୁ ନେଇ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି କରୋନାର ଦ୍ୱିତୀୟ ଲହରି ଭୟଙ୍କର ଭାବରେ ଦେଖା ଦେଇଛନ୍ତି । ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏନେଇ ତର୍ଜମା କରୁଛନ୍ତି । କରୋନା ନେଇ ପ୍ରତିବନ୍ଧକକୁ ସମସ୍ତେ ମାନିବା ଦରକାର ବୋଲି ବୋଲି କହିଛନ୍ତି ସୂର୍ଯ୍ୟ ।
ଏଠାରେ ସୂଚନାଥାଉକି, ଶନିବାର 10ଟି ଜିଲ୍ଲା ସୁନ୍ଦରଗଡ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେବା ନେଇ ରାଜ୍ୟ ସରକାରଙ୍କ ଏସଆରସି ଘୋଷଣା କରିଛନ୍ତି । ରାତି 10ଟାରୁ ସକାଳ 5 ଟା ଯାଏଁ ରାଜ୍ୟର ଏହି 10ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁହେବ । ଆସନ୍ତା ଏପ୍ରିଲ 5 ତାରିଖରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ ଜରୁରୀ ସେବା ଚାଲୁ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+