Get Updates
Get notified of breaking news, exclusive insights, and must-see stories!

ଏଇ ବୋଧେ ପ୍ରେମ ; ଏପଟେ ଦିପାଞ୍ଜଳୀଙ୍କ ବାହାଘର, ଆଉ ସେପଟେ ଶୁଦ୍ଧିକ୍ରିୟା, କିଏ ଠିକ୍ ବାପଘର ନା ଶାଶୁଘର ?

ପ୍ରେମ ଆଉ କ'ଣ କି ? ଏପଟେ ବାହାଘର ଆଉ ସେପଟେ ... । ଗୋଟେ ପଟେ ବାଜିଲା ସାହାନାଇ । ପଡିଲା ହାତଗଣ୍ଠି, ନେଲେ ସାତ ଫେରା । ହାତକୁ ଦି ହାତ ହେଲେ । ଆଉ ଅନ୍ୟପଟେ ଥିଲା ଆଉ କିଛି ।

ଏପଟେ ଲେଖାହୋଇଛି ରାଜେନ୍ଦ୍ର weds ଦିପାଞ୍ଜଳୀ ଆଉ ସେପଟେ ଲେଖା ହୋଇଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦିପାଞ୍ଜଳୀ । ଦୁଇଟି ସ୍ଥାନରେ ରହିଛି ଦିପାଞ୍ଜଳୀଙ୍କ ନା । ଆଉ ଦୁଇ ଜଣଙ୍କ ଫଟୋ ବି ସମାନ ।

ଉଭୟ ସ୍ଥାନରେ ସମାନ ରହିଛି । ଗୋଟେପଟେ ଦିପାଞ୍ଜଳୀଙ୍କ ବିବାହ ହେଉଥିବାବେଳେ ଅନ୍ୟପଟେ ଚାଲିଛି ତାଙ୍କ ଶ୍ରଦ୍ଧାଞ୍ଜଳୀ । ଏପଟେ ମଥାରେ ସିନ୍ଦୂର । ସେପଟେ ହାଣ୍ଡିରେ ସିନ୍ଦୂର । ଏ ପଟେ ହୋମ ଯଜ୍ଞ ଆଉ ସେପଟେ ଆତ୍ମା ଶାନ୍ତି ମନ୍ତ୍ର ।

ଗୋଟିଏ ପକ୍ଷରେ ପୁଅ ଘରେ ବିବାହ, ଭୋଜି ଏପଟେ ମାତ୍ର ୨୦୦ ମିଟର ଦୂରତାରେ ଝିଅ ଘରେ ଚାଲିଛି ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ । ଏଭଳି ଏକ ଘଟଣା ଆଜ୍ଞା କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି ।

marriage

ଗୋଟାଏ ପଟେ ଝିଅ ମନ୍ଦିରରେ ପ୍ରେମ ବିବାହ କରି ତାର ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ପରିଚୟ ଦେଉଥିବା ବେଳେ ଅନ୍ୟ ପଟେ ଦୁଇଶହ ମିଟର ଦୂରରେ ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକ । ଏଭଳି ଘଟଣା ଯେତିକି ବିସ୍ମୟ ସୃଷ୍ଟି କରିଛି ସେତିକି ରୋମାଞ୍ଚକର ମଧ୍ୟ ହୋଇଛି କିନ୍ତୁ ଅନ୍ୟ ପକ୍ଷରେ ଏହି ଘଟଣା ସାଧାରଣ ଝିଅ ଟିଏ ଜନ୍ମ ଦେଇଥିବା ବାପା ମାଙ୍କ ପାଇଁ ହୃଦୟ ବିଦାରକ ହୋଇଛି ।

କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଆଳି ସଦର ଅଞ୍ଚଳର ବାସ୍ତବ ମଲିକ ଙ୍କ ଝିଅ ସେହି ଅଞ୍ଚଳରେ ଜଣେ ଯୁବକଙ୍କୁ ପ୍ରେମ କରିଥିଲେ । ତେବେ ଝିଅ ପରିବାର ଏହି ପ୍ରେମକୁ ସିକୃତି ଦେଉନଥିଲେ । ଶେଷରେ ଝିଅ ଦୀର୍ଘ ଦିନର ସମ୍ପର୍କକୁ ପାଦରେ ଆଡେଇ ଦେଇ କେଇ ଦିନର ପ୍ରେମକୁ ଆପଣେଇ ନେଇଛି ।

ଯାହାକୁ ବିରୋଧ କରି ଝିଅର ପରିବାର ଲୋକେ ଆଳି ବଜାର ଉପରେ ଝିଅର ଫଟୋ ରଖି ସେଥିରେ ଫୁଲମାଳ ଟାଙ୍ଗୀ ଶୁଦ୍ଧି ହୋଇଛନ୍ତି । ଏପଟେ ବିଧି ଅନୁଯାୟୀ ଲୋକଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥି ସତରେ ଏପରି ଘଟଣା ସମାଜ ପାଇଁ କେତେ ଗ୍ରହଣୀୟ ଓ କେତେ ଗ୍ରହଣୀୟ ନୁହେଁ ତାହାର ଉତ୍ତର କାହାରି ପାଖରେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+