ଦଶପଲ୍ଲା ରେଳ ଷ୍ଟେସନର ଲୋକାର୍ପଣ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବା ?

ବହୁ ପ୍ରତୀକ୍ଷିତ ଦଶପଲ୍ଲା ରେଳ ଷ୍ଟେସନର ଲୋକାର୍ପଣ ହୋଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଦଶପଲ୍ଲାରୁ ଟ୍ରେନର ଶୁଭାରମ୍ଭ ହୋଇଛି । ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ।

ଲୋକାର୍ପଣ ଉତ୍ସବରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବଲାଙ୍ଗିର ଯାଏଁ ପହଞ୍ଚିକି ରହିବା, କୌଣସି ବାଧା ଅଟକାଇ ପାରିବନି । ମାଟି ପାଇଁ କାମ କରିବା ବେଳେ କୌଣସି ରାଜନୀତି କରିବାନି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ୨୦୧୪ ପୂର୍ବରୁ ଓଡ଼ିଶାକୁ ୮୦୦ କୋଟି ଟଙ୍କା ମିଳୁଥିଲା ଏବେ ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ମିଳୁଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

୨୦୧୪ ପୂର୍ବରୁ ଓଡ଼ିଶାରେ ବର୍ଷକୁ ୫୦ କିମି ରେଳ ସଂପ୍ରସାରଣ ହେଉଥିଲା । ମୋଦି ଆସିବା ପରେ ବର୍ଷକୁ ୪୫୦ କିମି ରେଳ ସଂପ୍ରସାରଣ ହେଉଛି ବୋଲି ରେଳମନ୍ତ୍ରୀ କହିଛନ୍ତି । ଓଡ଼ିଶାକୁ ବିଶ୍ୱସ୍ତର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କଳ୍ପ ନେଇଛନ୍ତି । ସେହି ସଙ୍କଳ୍ପର ଫଳ ସ୍ୱରୂପ ଆଜି ଦଶପଲ୍ଲାରେ ନୂଆ ରେଳ ଷ୍ଟେସନ ଉଦଘାଟିତ ହୋଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।

Ashwinivaishnaw

ଦଶପଲ୍ଲାକୁ ଆଜିଠାରୁ ରେଳ ଚଳାଚଳ ଆରମ୍ଭ ହେଇ ଥିବାରୁ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଦଶପଲ୍ଲା ଠାରୁ ପୁରୀ, ଏବଂ ଭୁବନେଶ୍ବରକୁ ୪ଟି ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ଗୁଡିକର ସମ ସାରଣୀ ପୂର୍ବତଟ ରେଳ ବାଇ ପକ୍ଷରୁ ଘୋଷଣା କରାଯାଇଛି ।

ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନମ୍ବର ୦୮୪୩୦ ଦଶପଲ୍ଲାରୁ ସକାଳ ୬ଟା ୩୦ରେ ବାହାରିବ । ଏହି ଟ୍ରେନ ପୁରୀରେ ପୂର୍ବାହ୍ନ ୧୧ଟା ୧୫ରେ ପହଞ୍ଚିବି । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ପୁରୀରୁ ସଂଧ୍ୟା ୬ଟାରେ ବାହାରି ପୂର୍ବ ନିର୍ଘଣ୍ଟ ଅନୁସାରେ ଦଶପଲ୍ଲାରେ ରାତି ୧୦ଟା ୧୫ରେ ପହଞ୍ଚିବ । ଦଶପଲ୍ଲାରୁ ଭୁବନେଶ୍ୱରକୁ ଯିବାକୁ ଥିବା ଟ୍ରେନ ଦଶପଲ୍ଲାରୁ ସକାଳ ୬ଟା ୧୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ଟାରେ ପହଞ୍ଚିବ ।

ରେଳ ଷ୍ଟେସନ୍ ଉଦଘାଟନ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଣ୍ଟିଲୋ ଠାରେ ଡାକ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମରେ ଯୋଗ ଦେବେ। ରବିବାର (ଆସନ୍ତାକାଲି) ଆଠଗଡ଼, ବଡମ୍ବା ଏବଂ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି। ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+