ଦାସ ହତ୍ୟା ମାମଲା ; ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କଲା କ୍ରାଇମବ୍ରାଞ୍ଚ ଟିମ୍‌

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ଗୁମର ଫିଟିବାରେ ଲାଗିଛି । ନବ ଦାସଙ୍କ ପରିବାରର ବୟାନ ରେକର୍ଡ ପରେ ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ । ସାନି ତଦନ୍ତ ବେଳେ ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଆଜି ସକାଳୁ ସକାଳୁ ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କଲା କ୍ରାଇମବ୍ରାଞ୍ଚ ଟିମ୍‌ । ପରିବାର ଲୋକଙ୍କ ବୟାନ ପରେ ବିମାନ ବନ୍ଦରରେ ଖୋଳତାଡ କରିଛି ।

Das murder case

ଗତକାଲି ବୟାନ ରେକର୍ଡ ପରେ ଖୋଳତାଡ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରକାଶଥାଉକି, ଗୁଳିକାଣ୍ଡ ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ ହୋଇଥିଲେ ନବ ଦାସ ।

କେତେବେଳେ, କିପରି ହୋଇଥିଲା ଏୟାରଲିଫ୍ଟ ସେନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏୟାରଲିଫ୍ଟ ବେଳେ କିଏ ରହିଥିଲେ ସବୁକିଛିର ଖୋଳତାଡ ହୋଇଥିବା ସୂଚନା ରହିଛି । ଏୟାରଲିଫ୍ଟ ଭିତରେ କିଛି ଗୁମର ରହିଛି କି ସେନେଇ ମଧ୍ୟ ଚର୍ଚ୍ଚା ବୃଦ୍ଧି ପାଇଛି ।

ବିମାନବନ୍ଦରରେ ଖୋଳତାଡ ପରେ ସରବାହାଲ ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚିଛି । ସାନି ତଦନ୍ତର ଦ୍ବିତୀୟ ଦିନରେ ନବଙ୍କ ବାସଭବନରେ ଖୋଳତାଡ୍‌ କରୁଛି କ୍ରାଇମବ୍ରାଞ୍ଚ । ତେବେ ଗୋପାଳ ସାହୁ ନା ଆଉ କିଏ ହତ୍ୟାକାରୀ ତାହା ତଦନ୍ତ ପରେ ସାମ୍ନାକୁ ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+