ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ: ବିଏମସିକୁ ୯ ମାସର ମହଲତ

ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ ସମାଧାନ ପାଇଁ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ବୈଠକରେ ବିଏମସିକୁ ୯ ମାସର ମହଲତ ଦିଆଯାଇଛି । ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ ।

ଭୁବନେଶ୍ୱର: ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ ସମାଧାନ ପାଇଁ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ବୈଠକରେ
ବିଏମସିକୁ ୯ ମାସର ମହଲତ ଦିଆଯାଇଛି । ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ ।
ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ଦିଆଯିବ ।

Daruthenga Dumping Yard

ଗ୍ରାମବାସୀ ଗ୍ରାମସଭାରେ ଚୂଡାନ୍ତ ନିଷ୍ପତ୍ତି ହେବ କହିଥିବାବେଳେ ଗତକାଲି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଥିଲେ । ପୂର୍ବରୁ ସମାଧାନ ପାଇଁ ଏକ ଚିଠି ମଧ୍ୟ ମୂଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ । ୯ ମାସର ମହଲତ ମାଗିଥିଲା ବିଏମସି । ଡ଼ମ୍ପିଂୟାର୍ଡରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସାମୟିକ ଭାବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ତଥାପି ବିବାଦରବିବାଦର ସମାଧାନ ହୋଇନଥିଲା । ତେଣୁ ୨୦୦୮ରୁ ଲାଗି ରହିଥିବା ଏହି ବିବାଦର ଆଜି ସମାଧାନ ହେବ ବୋଲି ଆଶା କରାଯାଉଛି ।

ତେବେ ଆଜି ସନ୍ଧ୍ୟା ସୁଦ୍ଧା ଅଳିଆ ଉଠିବ । ଆଲୋଚନା ସଫଳ ହୋଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି । ବିଏମସି ୯ମାସର ସମୟ ମାଗିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+