ବାଲେଶ୍ୱରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ପ୍ରଭାବରେ ଆସିଲା ଭୂମିକମ୍ପ
ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଯାହା ଅତ୍ୟନ୍ତ ଭୟାନକ ବୋଲି ସାଧାରଣ ଲୋକେ କହିଛନ୍ତି ।
ବାଲେଶ୍ୱର: ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଯାହା ଅତ୍ୟନ୍ତ ଭୟାନକ ବୋଲି ସାଧାରଣ ଲୋକେ କହିଛନ୍ତି । ଏଥି ସହିତ ଏହି ଶବ୍ଦ ପ୍ରଭାବରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ପ୍ରଚଣ୍ଡ ଶବ୍ଦ ଓ ଭୂକମ୍ପର କାରଣ ଜଣାପଡ଼ି ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଛି। ୧୫ ଦିନ ତଳେ ଏପରି ପ୍ରଚଣ୍ଡ ଶବ୍ଦ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ଏହାର ପ୍ରଭାବରେ ନୀଳଗିରି, ବାଲେଶ୍ୱର ଟାଉନ୍, ବାରିପଦା ଟାଉନ୍ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା। ତେବେ ଏହାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜଣାପଡ଼ିନଥିଲା।












Click it and Unblock the Notifications