ପୁଣି ଖୋଲିବ ଡ୍ୟାନ୍ସବାର, ସରକାର ରଖିଲେ ଏହି ସର୍ତ୍ତ

ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି ପ୍ରଥମେ କୁହାଯାଇଥିବା ବେଳେ ଏବେ ପୁଣି ବେଧଡ଼କ ଚାଲିବ ଡ୍ୟାନ୍ସବାର । ହେଲେ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ କିମ୍ବା ତାଙ୍କ ଉପରକୁ ଫିଲ୍ମ ଷ୍ଟାଇଲରେ ଟଙ୍କା ଉଡ଼ାଇ ହେବନାହିଁ । ମହିଳା ଡ୍ୟାନ୍ସରମାନଙ୍କର ପୋଷାକ ପରିଧାନରେ ମଧ୍ୟ ଶାଳୀନତା ରହିବ।

Dance bar

ଏଭଳି କିଛି କଟକଣା ସହ ରାଜ୍ୟ ସରକାର ରାଜ୍ୟରେ ଡ୍ୟାନ୍ସବାର ପରିଚାଳନା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ ଗତ ଅଗଷ୍ଟ ୩୧ତାରିଖରେ ଜାରି କରିଥିବା '୨୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ଥିବା କଟକଣା'ର ପ୍ରାବଧାନରୁ ସରକାର ଓହରି ଯାଇଛନ୍ତି ।
ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି 'ଓଡ଼ିଶା ଅବକାରୀ (ସଂଶୋଧନ) ରୁଲସ-୨୦୨୪' ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓ ଅବକାରୀ ରୁଲସ -୨୦୧୭ରେ କେତେକ ସଂଶୋଧନ କରିଛନ୍ତି। ଆଜିଠୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସଂଶୋଧିତ ନିୟମାବଳୀ ଆଧାରରେ ଏଣିକି ରାଜ୍ୟର ମଦବାର୍‌ ଗୁଡ଼ିକରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ । ଅବକାରୀ କମିଶନରଙ୍କ ଲିଖିତ ଅନୁମତି ଆଧାରରେ ବିଦେଶୀ ମଦ ଓ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ବିକିବାକୁ ଅନସପ୍‌ ଲାଇସେନ୍ସଧାରୀ ବା ଲାଇସେନ୍ସପ୍ରାପ୍ତ ବାରରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାମାନେ ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ । ଏହି ଅନୁମତି ପ୍ରଦାନ ନିମନ୍ତେ ଅବକାରୀ କମିଶନରଙ୍କୁ ସର୍ତ୍ତମୂଳକ କ୍ଷମତା ଦିଆଯାଇଛି । ଅବକାରୀ କମିଶନର ୨୧ଟି ସର୍ତ୍ତ ଆଧାରରେ ଏହି ଡ୍ୟାନ୍ସବାରଗୁଡ଼ିକୁ ପରିଚାଳନା ପାଇଁ ଅନୁମତି ଦେଇପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।
କେଉଁ ସର୍ତ୍ତ ରଖିଛନ୍ତି ସରକାର?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+