କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ; ରାଜସ୍ବ ମନ୍ତ୍ରୀ
ବାତ୍ୟା 'ମୋନ୍ଥା' ଦ୍ବାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ମନ୍ତ୍ରୀ କହିଛନ୍ତି, ମନ୍ଥା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ଅନେକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗଜପତି ଜିଲା ଗୋଷାଣୀ ନୂଆଗାଁ ବ୍ଲକରେ ସର୍ବାଧିକ ୧୫୦ ମିମି ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୫୬ଟି ବ୍ଲକରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି। ୩୬୨ ମୁକ୍ତ ରୋଷଶାଳାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି।

ଗୁରୁବାରଠାରୁ ବିଭିନ୍ନ ବିଭାଗ କ୍ଷୟକ୍ଷତି ଆକଳନ କରିବେ। କିଛି ସ୍ଥାନରେ ଘର କ୍ଷୟକ୍ଷତି ହେବାର ସୂଚନା ମିଳିଛି। ରିପୋର୍ଟ ଆସିବା ପରେ ତୁରନ୍ତ ସରକାର କ୍ଷତିପୂରଣ ପ୍ରଦାନ କରିବେ। ବାତ୍ୟାକୁ ଦୃଷ୍ଟିରେ ରଖି ୧୯ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ୨୧୯୮ ଆସନ୍ନ ପ୍ରସବାଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା।












Click it and Unblock the Notifications