Get Updates
Get notified of breaking news, exclusive insights, and must-see stories!

ଆସନ୍ତା ମାର୍ଚ୍ଚ ୫ରୁ ଡାକୋଟାକୁ ଦେଖି ପାରିବେ ସାଧାରଣ ଲୋକେ

ନୂଆ ରୂପ ନେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା । କୋଲକାତାରୁ ଭୁବନେଶ୍ୱର ଆସିଥିବା ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି ।

Dakota

ଭୁବନେଶ୍ବର: ନୂଆ ରୂପ ନେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା । କୋଲକାତାରୁ ଭୁବନେଶ୍ୱର ଆସିଥିବା ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି । ଡାକୋଟାର ବିଭିନ୍ନ ଅଂଶର ଖଞ୍ଜାଖଞ୍ଜି କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଏବେ ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍‌ ଅଂଶକୁ ଆଣି ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି ।

ସୋମବାର ଭିତରେ ଡାକୋଟାର ଫ୍ୟୁଜଲାଜ ଲଗାଯିବ । ଏହାପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ । ୩ ତାରିଖ ସୁଦ୍ଧା ଖଞ୍ଜାଖଞ୍ଜି କାମ ସମ୍ପୂର୍ଣ୍ଣ ଶେଷ ହେବ । ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏନେଇ ସୂଚନା ଦେଇଛନ୍ତି ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି ।

ଗତ ଜାନୁଆରୀ ୧୭ତାରିଖରେ କୋଲକାତାରୁ ବାହାରି ୧୮ତାରିଖ ଦିନ ଡାକୋଟା ବିମାନ ଓଡ଼ିଶାରେ ପହଞ୍ଚିଥିଲା । କୋଲକାତାର ଦମଦମ୍ ବିମାନ ବନ୍ଦରରୁ ୩ଟି ଟ୍ରଲରରେ ବୋଝେଇ ହୋଇ ଭୁବନେଶ୍ୱରକୁ ଅଣା ଯାଇଥିଲା ଡାକୋଟା ବିମାନ । ଦୀର୍ଘ ଦିନ ଧରି ପଡିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଛି । ଏବେ ଏହାର ମରାମତି ଓ ରଙ୍ଗ ଦିଆ କାମ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+