ବିଜୁ ବାବୁଙ୍କ ‘ଡାକୋଟା' ବିମାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅନେକ ସ୍ମୃତି ବହନ କରୁଛି ଡାକୋଟା ବିମାନ । ବିଜୁ ବାବୁଙ୍କ ପ୍ରିୟ ଏବଂ ତାଙ୍କ ସ୍ମୃତି ସମ୍ବଳିତ 'ଡାକୋଟା' ବିମାନର ଆଜି ଲୋକାର୍ପିତ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଅନେକ ସ୍ମୃତି ବହନ କରୁଛି ଡାକୋଟା ବିମାନ । ବିଜୁ ବାବୁଙ୍କ ପ୍ରିୟ ଏବଂ ତାଙ୍କ ସ୍ମୃତି ସମ୍ବଳିତ 'ଡାକୋଟା' ବିମାନର ଆଜି ଲୋକାର୍ପିତ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଲୋକାର୍ପିତ ଉତ୍ସବରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୋଲିସ ଡିଜି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ଦଳର ଅନ୍ୟ କର୍ମୀ ଉପସ୍ଥିତ ଥିଲେ ।
ଆଜି ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ 'ଡାକୋଟା' ବିମାନକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ଜାନୁଆରୀ ୧୭ତାରିଖରେ କୋଲକାତାରୁ ବାହାରି ୧୮ତାରିଖ ଦିନ ଡାକୋଟା ବିମାନ ଓଡ଼ିଶାରେ ପହଞ୍ଚିଥିଲା । କୋଲକାତାର ଦମଦମ୍ ବିମାନ ବନ୍ଦରରୁ ୩ଟି ଟ୍ରଲରରେ ବୋଝେଇ ହୋଇ ଭୁବନେଶ୍ୱରକୁ ଅଣା ଯାଇଥିଲା ଡାକୋଟା ବିମାନ । ଦୀର୍ଘ ଦିନ ଧରି ପଡିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଥିଲା । ଏହାର ମରାମତି ଓ ରଙ୍ଗ ଦିଆ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟରେ ଏଆର୍ଡିସିର ପ୍ରାୟ ୧୫୦ ଇଞ୍ଜିନିୟର ସାମିଲ ଥିଲେ । ଏହାକୁ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ରଖାଯାଇଛି । ଏହି ବିମାନକୁ ଦେଖିବା ପାଇଁ ଲୋକ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବା ପାଇଁ ମିଳିଥିଲା ।
ସୂଚନାଥାଉ ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରିୟ ଥିଲା 'ଡାକୋଟା' ବିମାନ । ଏହି ବିମାନରେ ବହୁ ଦୁଃସାହସିକ କାର୍ଯ୍ୟ କରିଥିଲେ ବିଜୁ ବାବୁ । 'ଡାକୋଟା'ରେ ଯାଇ ଇଣ୍ତୋନେସିଆ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ ସେହିପରି ପାରିସ୍ତାନ ଓ ଚୀନ ସହ ଯୁଦ୍ଧ ବେଳେ ସୀମାନ୍ତରେ ଲଢୁଥିବା ଭାରତୀୟ ସେନେଙ୍କୁ ଖାଦ୍ୟ ଏବଂ ଯୁଦ୍ଧାସ୍ତ୍ର ଯୋଗାଇଥିଲେ ବିଜୁ ବାବୁ ।












Click it and Unblock the Notifications