ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡା
ପୁରୀ: ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡା । ପ୍ରଥମେ ସିଂହଦ୍ଵାର ଥାନା ଯିଵାପରେ ଦୈତାରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା କରିଛନ୍ତି ।
ସବୁଆଡୁ ବିରୋଧର ସ୍ୱର ତେଜିବା ପରେ ଶେଷରେ ଶ୍ରୀମନ୍ଦିର ଆସି ନିଜେ ଦେଇଥିବା ମନ୍ତବ୍ୟ ପାଇଁ ପଶ୍ଚାତାପ କରିଥିବା କହିଛନ୍ତି ଦୈତାରୀ ପଣ୍ଡା । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗତର ନାଥ ଜଗନ୍ନାଥଙ୍କ ସହ ତୁଳନା କରି ବିବାଦରେ ଥିଲେ ଦୈତାରୀ ପଣ୍ଡା ।

ଏହା ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ଦୈତାରୀ ପଣ୍ଡା କହିଥିଲେ, ଆପଣମାନେ ଜଗନ୍ନାଥଙ୍କୁ ଯେତିକି ଭଲ ପାଆନ୍ତି, ମୁଁ ସେତିକି କି କମ୍ କି ଅଧିକ ଭଲପାଏ, ସେ ବିଷୟରେ ବର୍ଣ୍ଣନା କରିପାରିବି ନାହିଁ। କେବଳ ଏତିକି କହିବି, ମୋର ସକାଳ ଆରମ୍ଭ ହୁଏ ଜଗନ୍ନାଥ ଅଷ୍ଟକମ୍ରୁ। ଶୟନେ ସପନେ ଜାଗରଣେ ସବୁବେଳେ ଜଗନ୍ନାଥଙ୍କୁ ଆଖି ଆଗରେ ରଖି ମଞ୍ଚ ଉପରକୁ ଯାଏ। ତେଣୁ ଆପଣମାନଙ୍କ ଆଶୀର୍ବାଦ ମୋ ଉପରେ ରହେ। ଏଠି ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, ସୋଶାଲ ମିଡିଆରେ ପ୍ରଚାରିତ ହେଉଥିବା କଥା ଓ ମୁଁ କହିଥିବା କଥା ପାଖାପାଖି ସମାନ ନୁହେଁ। ତଥାପି ମୋ' କହିଥିବା କଥା ଯଦି ଦୁଃଖ ଦେଇଥାଏ, ସେଥିପାଇଁ ମୁଁ ଦୁଃଖିତ, ମର୍ମାହତ। ବିଚାର ଆପଣମାନଙ୍କର ବୋଲି ଦୈତାରୀ ପଣ୍ଡା କହିଛନ୍ତି।












Click it and Unblock the Notifications