ରାଜ୍ୟରେ ଘଟୁଛି ଦୈନିକ ୯ ଦୁଷ୍କର୍ମ ଓ ୩୦ ଦୁର୍ଘଟଣା

ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ପୂର୍ବରୁ ଶ୍ବେତପତ୍ର ଜାରି କରାଯାଇଛି । ରାଜ୍ୟରେ ଦୈନିକ ହାରାହାରି ୯ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ଶ୍ୱେତପତ୍ରରୁ ସାମ୍ନାକୁ ଆସିଛି ।

ଭୁବନେଶ୍ୱର: ବର୍ଷ ୨୦୨୧ର ଶ୍ବେତପତ୍ର ଜାରିକଲା ଗୃହ ବିଭାଗ । ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ପୂର୍ବରୁ ଶ୍ବେତପତ୍ର ଜାରି କରାଯାଇଛି । ରାଜ୍ୟରେ ଦୈନିକ ହାରାହାରି ୯ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ଶ୍ୱେତପତ୍ରରୁ ସାମ୍ନାକୁ ଆସିଛି ।

Rape

ଗୃହ ବିଭାଗର ଶ୍ୱେତପତ୍ରରେ ୨୦୨୧ରେ ମୋଟ ୩୩୨୭ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହୋଇଥିଲା । ପଞ୍ଜିକରଣ ହୋଇଥିବା ୩୩୨୭ଟି ଦୁଷ୍କର୍ମ ମାମଲାରୁ ୩୨୪୪ଟି ମାମଲା ସତ୍ୟ ଅଟେ । ଏହାସହ ବର୍ଷ ଶେଷ ସୁଦ୍ଧା ୨୩୩୫ଟି ମାମଲାର ଦୋଷାରପ ଫର୍ଦ୍ଦ ଦାଖଲ କରାଯାଇଥିବା ନେଇ ଶ୍ୱେତପତ୍ରରେ ପ୍ରକାଶ ପାଇଛି ।

ସେହିଭଳି ୨୦୨୧ ମସିହାରେ ରାଜ୍ୟରେ ୧୦୯୮୩ଟି ମୋଟରଯାନ ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ବେଳେ ଦୈନିକ ହାରାହାରି ପ୍ରାୟ ୩୦ଟି ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଛି । ଏହି ସମସ୍ତ ମାମଲାରୁ ୧୦୯୦୯ଟି ମାମଲା ସତ୍ୟ ହୋଇଥିବା ବେଳେ ବର୍ଷ ଶେଷ ସୁଦ୍ଧା୭୧୦୮ଟି ମାମଲାର ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ଏହାବାଦ୍ ୨୦୨୧ରେ ୨୨୨୦ଟି ଦଙ୍ଗା ମାମଲା ରୁଜୁ ହୋଇଥିବା ବେଳେ ଏହାମଧ୍ୟରୁ ୨୧୫୫ଟି ମାମଲା ସତ୍ୟ ଅଟେ । ରୁଜୁ ହୋଇଥିବା ମାମଲାରୁ ୧୩୭୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ବର୍ଷ ଶେଷ ସୁଦ୍ଧା ଦାଖଲ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+