ନୂଆବର୍ଷରୁ ବଢ଼ିବ ଦୈନିକ ସଂକ୍ରମଣ, ରାଜ୍ୟରେ ଚିହ୍ନଟ ହେବ ୫୦ ହଜାର ଆକ୍ରାନ୍ତ !
ରାଜ୍ୟରେ ଦୈନିକ ଓମିକ୍ରନ ସଂକ୍ରମଣ ୫୦ହଜାର ଛୁଇଁବା ଆଶଙ୍କା । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପହିଲା ବେଳକୁ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଦୈନିକ ଓମିକ୍ରନ ସଂକ୍ରମଣ ୫୦ହଜାର ଛୁଇଁବା ଆଶଙ୍କା । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପହିଲା ବେଳକୁ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ଆଉ ଏହାରି ଭିତରେ କଟକରେ ଜଣେ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା କିଛି ବ୍ୟକ୍ତି ପଜିଟିଭ ମଧ୍ୟ ଚିହ୍ନଟ ହୋଇଛନ୍ତି, ଆଉ ସମସ୍ତଙ୍କର ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।
ଆସିବ କି କରୋନାର ତୃତୀୟ ଲହର?
ଯଦି ଦେଶରେ ଦୈନିକ ସଂକ୍ରମଣ ୧୪ ଲକ୍ଷ ମାମଲା ଆସିବ, ତେବେ ଓଡ଼ିଶାରେ ୪୦ରୁ ୫୦ ହଜାର ଆକ୍ରାନ୍ତ ହୋଇପାରନ୍ତି ବୋଲି କହିଛନ୍ତି ବିଶେଷଜ୍ଞ । ତେବେ ବାହାର ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆମ ଦେଶରେ ମଧ୍ୟ ସଂକ୍ରମଣ ବଢିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । ଏପରିକି ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ପିକରେ ପହଞ୍ଚି ପାରେ ବୋଲି ଅନୁମାନ କରାଯାଉଛି । ବିଦେଶ ଅନୁପାତରେ ଭାରତରେ ଲୋକସଂଖ୍ୟା ଅଧିକ ଥିବାରୁ ସଂକ୍ରମଣ ମଧ୍ୟ ସେହି ଅନୁପାତରେ ବଢ଼ିବ ଏବଂ ଓଡ଼ିଶାରେ ପାଖାପାଖି ୩୦ରୁ ୫୦ ହଜାର ପର୍ଯ୍ୟନ୍ତ ଦୈନିକ କେସ ଲୋଡ଼ ରହିପାରେ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।
ରାଜ୍ୟକୁ ରିସ୍କ ଦେଶରୁ ୧୫ ଶହରୁ ଅଧିକ ଲୋକ ଓଡ଼ିଶା ଆସିଛନ୍ତି । କୋଭିଡ ନିୟମ ଅନୁସାରେ ଆନ୍ତର୍ଜାତିକ ଯାତ୍ରୀଙ୍କ ସର୍ଭେଲାନ୍ସ ଚାଲିଛି । ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ୍, ଜରୁରୀ ଔଷଧ ମହଜୁଦ ରଖାଯାଉଛି । ରାଜ୍ୟର ସମସ୍ତ କୋଭିଡ଼ ହସ୍ପିଟାଲ ଓ ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications