For Quick Alerts
Turn On Notification  
For Daily Alerts
Oneindia App Download

ଦାଦନ ଖଟିବାକୁ ଡାକି ନେଲେ, ମଜୁରୀ ମାଗିବାରୁ ଗୋଡ଼ ଓ ହାତ ପାପୁଲି କାଟି ଦେଲେ ଦଲାଲ

ଦାଦନ ଖଟିବାକୁ ଯାଇ ହରାଇଲେ ହାତ, ଗୋଡ । ଦାଦନ ଖଟିବାକୁ ଡାକି ନେଇଥିଲେ । ମଜୁରୀ ମାଗିବାରୁ ହାତ ପାପୁଲି ଓ ଗୋଟିଏ ଗୋଡ କାଟି ଦେଲେ । ଏପରିକି ଥାନାରେ ଯଦି କହିବେ ତାହାଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଦଲାଲ ।

|

ମୋହନା: ଦାଦନ ଖଟିବାକୁ ଯାଇ ହରାଇଲେ ହାତ, ଗୋଡ । ଦାଦନ ଖଟିବାକୁ ଡାକି ନେଇଥିଲେ । ମଜୁରୀ ମାଗିବାରୁ ହାତ ପାପୁଲି ଓ ଗୋଟିଏ ଗୋଡ କାଟି ଦେଲେ । ଏପରିକି ଥାନାରେ ଯଦି କହିବେ ତାହାଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଦଲାଲ । ଏଭଳି ସାଂଘାତିକ୍ ଖବର ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡବା ଥାନା କଲବା ଗାଁରେ ।

Dadan

ଗତ ୧୩ ତାରିଖରେ ଗାଁର ଶାଙ୍କ ମୁର୍ମୁକୁ ନିକଟସ୍ଥ ଗାଁର ୪ ଜଣ ଯୁବକ ଆସି ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ଏକ ସିମେଣ୍ଟ କମ୍ପାନୀକୁ ନେଇ ଯାଇଥିଲେ । ସେଠାରେ କିଛି ଦିନ କାମ କରିବା ପରେ ଟଙ୍କା ମାଗିଥିଲେ । ଟଙ୍କା ଦେବା ବଦଳରେ ପାଲଟା ମାଡ଼ ମାରିବା ସହ ଦଲାଲମାନେ ବାମ ଗୋଡ଼ ଓ ଡାହାଣ ହାତର ପାପୁଲି କାଟି ଦେଇଥିବା ଅଭିଯୋଗ ହୋଇଛି । ହାତ ଗୋଡ଼ କାଟିବା ପରେ ଉତ୍ତର ପ୍ରଦେଶର ଝାଂସି ସହରର ଏକ ଘରୋଇ ମେଡ଼ିକାଲ୍‌ରେ ଗୋଟିଏ ଦିନ ଚିକିତ୍ସା କରାଇ ସେମାନେ ଗାଁରେ ଆଣି ଛାଡି ଦେଇଛନ୍ତି । ତେବେ ଘଟଣାରେ ବର୍ତମାନ ସୁଦ୍ଧା କୌଣସି ମାମଲା ହୋଇନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Dadan Dukha at Gajapati District
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X