ଦାଦନ ଖଟିବାକୁ ଡାକି ନେଲେ, ମଜୁରୀ ମାଗିବାରୁ ଗୋଡ଼ ଓ ହାତ ପାପୁଲି କାଟି ଦେଲେ ଦଲାଲ
ଦାଦନ ଖଟିବାକୁ ଯାଇ ହରାଇଲେ ହାତ, ଗୋଡ । ଦାଦନ ଖଟିବାକୁ ଡାକି ନେଇଥିଲେ । ମଜୁରୀ ମାଗିବାରୁ ହାତ ପାପୁଲି ଓ ଗୋଟିଏ ଗୋଡ କାଟି ଦେଲେ । ଏପରିକି ଥାନାରେ ଯଦି କହିବେ ତାହାଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଦଲାଲ ।
ମୋହନା: ଦାଦନ ଖଟିବାକୁ ଯାଇ ହରାଇଲେ ହାତ, ଗୋଡ । ଦାଦନ ଖଟିବାକୁ ଡାକି ନେଇଥିଲେ । ମଜୁରୀ ମାଗିବାରୁ ହାତ ପାପୁଲି ଓ ଗୋଟିଏ ଗୋଡ କାଟି ଦେଲେ । ଏପରିକି ଥାନାରେ ଯଦି କହିବେ ତାହାଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଦଲାଲ । ଏଭଳି ସାଂଘାତିକ୍ ଖବର ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡବା ଥାନା କଲବା ଗାଁରେ ।

ଗତ ୧୩ ତାରିଖରେ ଗାଁର ଶାଙ୍କ ମୁର୍ମୁକୁ ନିକଟସ୍ଥ ଗାଁର ୪ ଜଣ ଯୁବକ ଆସି ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ଏକ ସିମେଣ୍ଟ କମ୍ପାନୀକୁ ନେଇ ଯାଇଥିଲେ । ସେଠାରେ କିଛି ଦିନ କାମ କରିବା ପରେ ଟଙ୍କା ମାଗିଥିଲେ । ଟଙ୍କା ଦେବା ବଦଳରେ ପାଲଟା ମାଡ଼ ମାରିବା ସହ ଦଲାଲମାନେ ବାମ ଗୋଡ଼ ଓ ଡାହାଣ ହାତର ପାପୁଲି କାଟି ଦେଇଥିବା ଅଭିଯୋଗ ହୋଇଛି । ହାତ ଗୋଡ଼ କାଟିବା ପରେ ଉତ୍ତର ପ୍ରଦେଶର ଝାଂସି ସହରର ଏକ ଘରୋଇ ମେଡ଼ିକାଲ୍ରେ ଗୋଟିଏ ଦିନ ଚିକିତ୍ସା କରାଇ ସେମାନେ ଗାଁରେ ଆଣି ଛାଡି ଦେଇଛନ୍ତି । ତେବେ ଘଟଣାରେ ବର୍ତମାନ ସୁଦ୍ଧା କୌଣସି ମାମଲା ହୋଇନାହିଁ ।
More From
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications