ପ୍ରବଳ ବର୍ଷିବ ! 24 ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଅବପାତ
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ୱେଲମାର୍କଡ ଲୋ-ପ୍ରେସର ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ପାରେ ।
ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ୱେଲମାର୍କଡ ଲୋ-ପ୍ରେସର ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ପାରେ । ଏହି ଅବପାତ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ । ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଏବଂ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଏଥିସହ 25 ତାରିଖ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ପୁଡୁଚେରି ଓ ତାମିଲନାଡୁ ମଧ୍ୟ ଦେଇ ଏହା ଉପକୂଳ ଅତିକ୍ରମ କରିପାରେ । ତେବେ ଏହି ଅବପାତ ଓଡ଼ିଶା ମୁହାଁ ନ ହୋଇ ତାମିଲନାଡୁ ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ କହିଛି । ହେଲେ ଏହାର ପ୍ରଭାବ ଓଡ଼ିଶା ମଧ୍ୟରେ ପଡିବ ।

25ରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏବଂ 26ର ଅଧିକାଂଶ ସ୍ଥାନରେ ସ୍ୱଳ୍ପ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । 25 ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣିଂ ଜାରି କରାଯାଇଛି । 26ରେ ଗଜପତି ଓ ରାୟଗଡାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମାଲକାନାଗିରି ଓ କୋରାପୁଟରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ଏହି ସମସ୍ତ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣଂ ଜାରି କରାଯାଇଛି ।












Click it and Unblock the Notifications