Get Updates
Get notified of breaking news, exclusive insights, and must-see stories!

୨୭ରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟର୍ମ ମୋନ୍ଥା, ଗତିପଥ ନେଇ ଚିତ୍ର ଅସ୍ପଷ୍ଟ, ଆଜି ଅବପାତ

ଭୁବନେଶ୍ୱର : ପୁଣି ଅକ୍ଟୋବର ପୁଣି ବାତ୍ୟା । ୨୭ରେ ବାତ୍ୟା ସମ୍ଭାବନା । ୨୭ ତାରିଖ ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟର୍ମ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । କାଲି ସୁଦ୍ଧା ଅଧିକ ଘନୀଭୂତ ହୋଇ ଡିପ ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି ।

୨୭ ତାରିଖ ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବାତ୍ୟାରେ ପରିଣତ ହେବ। ବାତ୍ୟା ସୃଷ୍ଟିହେବା ପରେ ଏହାର ନାଁ ରହିବ ମୋନ୍ଥା । ବାତ୍ୟାର ନାମକରଣ କରିଛି ଥାଇଲାଣ୍ଡ । ଥାଇ ଭାଷାରେ ଏହାର ଅର୍ଥ ସୁଗନ୍ଧିତ ଫୁଲ କିମ୍ବା ସୁନ୍ଦରଫୁଲ । ଏହି ନାମ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଟ୍ରପିକାଲ ସାଇକ୍ଲୋନ ନାମକରଣ ପ୍ରଣାଳୀର ଏକ ଅଂଶ ବିଶେଷ ।

Cyclonic Storm Montha

ତେବେ ବାତ୍ୟାର ଗତିପଥ କିପରି ରହିବ, କେଉଁ ଠାରେ ସ୍ଥଳ ଭାଗ ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅଧିକାଂଶ ପାଣିପାଗ ମଡେଲରୁ ଏହା ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ପ୍ରଭାବରେ ୨୭ରୁ ୨୯ ତାରିଖ ଯାଏ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଗତିପଥ ନେଇ ଚିତ୍ର ଅସ୍ପଷ୍ଟ

ବାତ୍ୟାଟି ବିଶେଷତଃ ଆନ୍ଧ୍ର ପ୍ରଦେଶ ସଂଲଗ୍ନ ଉପକୂଳରେ ସ୍ଥଳ ଭା‌ଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ଆସନ୍ତାକାଲି ଏହା ଅବପାତର ରୂପ ନେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହି ବାତ୍ୟାର ନାମ 'ମୋନ୍ଥା' ରହିବ। ଏହା ଏକ ଥାଇଲାଣ୍ଡ ପ୍ରସ୍ତାବିତ ନାମ। ଏହାର ଅର୍ଥ ହେଉଛି 'ସୁଗନ୍ଧିତ ଫୁଲ' ବା 'ସୁନ୍ଦର ଫୁଲ'। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତକାଲି ବଙ୍ଗୋପସାଗରରେ ରହିଥିବା ତିନୋଟି ଘୂର୍ଣ୍ଣିବଳୟ (ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଖଣ୍ଡ ବିଶେଷ, ଦକ୍ଷିଣ ପୂର୍ବରେ ଦ୍ବିତୀୟ ଓ ଦକ୍ଷିଣ ବଙ୍ଗୋପସାଗରର ଦକ୍ଷିଣ ଆଡ଼କୁ ତୃତୀୟଟି ଆଜି ସକାଳେ ଲଘୁଚାପରେ ପରିଣତ ହୋଇ ସନ୍ଧ୍ୟା ବେଳକୁ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ୨୭ ତାରିଖରେ ଲଘୁଚାପର ରୂପ ନେବ। ୨୮ ତାରିଖରେ ବାତ୍ୟା ଅଧିକ ଘନୀଭୂତ ହେବାକୁ ପାଗ ଅନୁକୂଳ ରହିଛି। ତେବେ ବାତ୍ୟାକୁ ନେଇ ଏବେ ଦୁଇଟି ଦୃଶ୍ୟପଟ ସାମନାକୁ ଆସୁଛି। ୨୮ ତାରିଖରେ ପ୍ରଥମ ସିଷ୍ଟମଟି ଅଧିକ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳ, ନେଲୋରରୁ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ। ଯଦି ସିଷ୍ଟମ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ପଡ଼େ, ତେବେ ଏହା ୨୯ ତାରିଖରେ ଦୁର୍ବଳ ହୋଇ ଓଡ଼ିଶା ଉପକୂଳକୁ ମୁହାଁଇପାରେ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଯେ କୌଣସି ପରିସ୍ଥିତି ମୁକାବିଲା ନେଇ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ରିଲିଫ କେନ୍ଦ୍ର ପ୍ରସ୍ତୁତ ରଖାଯାଇଛି, ଆବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ । ତେବେ ଲୋକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ରାଜ୍ୟ ସରକାର ସଂପର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+