ଅବପାତରେ ପରିଣତ ହେଲା ଲଘୁଚାପ,୨୫ ସକାଳେ ପଶ୍ଚିମଙ୍ଗ-ବାଂଲାଦେଶ ଉପକୂଳ ଦେଇ ଗତି କରିବ ବତ୍ୟା
ଅବପାତରେ ପରିଣତ ହେଲା ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେଲା । ଆଣ୍ତାମାନ ସାଗର ନିକଟ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ୨୩ ସକାଳ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଦିଗକୁ ଗତିକରି ପରେ ଦିଗ ବଦଳାଇବା ସହ ବାତ୍ୟାରେ ରୂପାନ୍ତରିତ ହେବା ନେଇ ଆକଳନ କରାଯାଇଛି । ୨୫ ସକାଳେ ପଶ୍ଚିମଙ୍ଗ-ବାଂଲାଦେଶ ଉପକୂଳ ଦେଇ ଗତି କରିବ ବତ୍ୟା । ବାଂଲାଦେଶର ତିନକୋଣା ଓ ସାନଦ୍ୱୀପ ମଝି ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଣ୍ଡମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ସୃଷ୍ଟି ହୋଇଛି । ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ପରେ ଏହା ଦିଗ ବଦଳାଇ ଘୂର୍ଣ୍ଣିବାତ୍ୟାରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି । ଏହି ବାତ୍ୟା ୨୫ ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଛୁଇଁବ ବୋଲି ପାଣିପାଗକେନ୍ଦ୍ରର ପକ୍ଷରୁ ସୂଚନା ରହିଛି । ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶା ଉପକୂଳ ଓ ଆଖାପାଖ ଅଞ୍ଚଳରେ ପବନର ବେଗ ୩୫ ରୁ ୪୫ କୋଲୋମିଟର ରହିବ । ସେଥିପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଜିଲ୍ଲାକୁ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି ।












Click it and Unblock the Notifications