ଶେଷ ହେଲା ବାତ୍ୟା 'ଦାନା'ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା
Cyclone Dana Latest News: ଶେଷ ହେଲା ବାତ୍ୟା 'ଦାନା'ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା । ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବର୍ତ୍ତମାନ ଘଣ୍ଟାକୁ ୧୦ କିମି ବେଗରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ନେଇ ସୂଚନା ରହିଛି । 'ଦାନା' ବାତ୍ୟାରେ ପରିଣତ ହେବା ପରେ ସ୍ଥଳ ଭାଗରେ ପବନର ବେଗ ୮୦ରୁ ୯୦ କିମି ରହିଛି । ସେହିପରି ବାତ୍ୟା ଦାନା ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ଗଛ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ବିଦ୍ୟୁତ୍ ସଂଯୋଗ ବି ବିଚ୍ଛିନ୍ନ ହୋଇଯାଇଛି ।

ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଗତରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳ ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଛି ଦାନା ।
ଭଦ୍ରକରୁ ୩୦ କିମି ଉତ୍ତର ପୂର୍ବରେ ରହିଛି ବାତ୍ୟା । ଧାମରାରୁ ୫୦ କିମି ଦୂରରେ ରହିଛି ଦାନା । କେନ୍ଦ୍ର ସ୍ଥଳରେ ବର୍ତ୍ତମାନ ଘଣ୍ଟାପ୍ରତି ୮୦-୯୦ କିଲୋମିଟର ବେଗରେ ବହୁଛି ପବନ ।












Click it and Unblock the Notifications