ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ହାମୁନା', ଭୀଷଣ ରୂପ ନେବାର ଆଶଙ୍କା
Weather News: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ହାମୁନା' । ତେବେ ସମୁଦ୍ର ମଧ୍ୟକେ ଏହା ଆହୁରୀ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଏହା ଓଡ଼ିଶା ଉପକୂଳରୁ ଦୂର ସମୁଦ୍ରରେ ଗତି କରୁଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।

ସୂଚନା ଅନୁସାରେ, ଏହା ପାରାଦୀପଠାରୁ ପୂର୍ବ-ଦକ୍ଷିଣପୂର୍ବର ୨୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୮ କିମି ବେଗରେ ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବାତ୍ୟା 'ହାମୁନ'ର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।ହେଲେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ଭଦ୍ରକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗର ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହି ବାତ୍ୟା ବାଂଲା ଦେଶ ଉପକୂଳ ଯିବ ତେଣୁ ଓଡିଶାକୁ ସିଧାସଳଖ କୌଣସି ଭୟ ନାହିଁ । ସ୍ଥଳଭାଗ ଛୁଇଁଲା ବେଳକୁ ଏହି ବାତ୍ୟା ଦୁର୍ବଳ ହୋଇସାରିଥିବ । ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତ ଭାବେ ସ୍ଥଳଭାଗ ଛୁଇଁବ ।
ତେବେ ଉପକୂଳ ଓଡିଶାର ପୂଜା ପେଣ୍ଡାଲଗୁଡ଼ିକୁ ସତର୍କ କଲେ ଆଇଏମ୍ଡି ମହାନିର୍ଦ୍ଦେଶକ । ବାତ୍ୟା ପ୍ରଭାବ ଜନିତ ବର୍ଷା ଓ ହାଲୁକା ପବନ ନେଇ ସତର୍କ କଲେ ଡିଜି। ଉପକୂଳ ଓଡ଼ିଶାର ସମୁଦ୍ରକୂଳରେ ଝଙ୍କାଳିଆ ପବନ ବହିପାରେ । ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ।
ବତ୍ୟା 'ହାମୁନ' ପ୍ରଭାବରେ ବର୍ତ୍ତମାନ ବଙ୍ଗୋପସାଗରରେ ୯୦ ରୁ ୧୦୦ କିମି ବେଗରେ ପବନ ବହୁଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।












Click it and Unblock the Notifications