ବଙ୍ଗୋପସାରଗରେ ଦାନା ବାନ୍ଧୁଛି ବାତ୍ୟା ‘ୟଶ’: ଆସନ୍ତା ୨୩ରୁ ୨୫ ତାରିଖ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ
ବଙ୍ଗୋପସାରଗରେ ଦାନା ବାନ୍ଧୁଛି ଏକ ଲଘୁଚାପ । ଯାହା ସୁପର ସାଇକ୍ଲୋନରେ ପରିଣିହ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ନାମ ରଖାଯାଇଛି ‘ୟଶ’ । ଆସନ୍ତା ୨୩ରୁ ୨୫ ମଧ୍ୟରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ ।
ଭୁବନେଶ୍ୱର: ଗୁଜୁରାଟ ପରେ ଏବେ ଓଡିଶା ମୁହାଁ ଆଉ ଏକ ବାତ୍ୟା । 'ତଉକେତ' ପରେ ଆସୁଛି ବାତ୍ୟା 'ୟଶ' । ବଙ୍ଗୋପସାରଗରେ ଦାନା ବାନ୍ଧୁଛି ଏକ ଲଘୁଚାପ । ଯାହା ସୁପର ସାଇକ୍ଲୋନରେ ପରିଣିହ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ନାମ ରଖାଯାଇଛି 'ୟଶ' । ଆସନ୍ତା ୨୩ରୁ ୨୫ ମଧ୍ୟରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ ।

ସୁପର ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇପାରେ । ସୁନ୍ଦରବନକୁ ମେ ୨୩ରୁ ୨୫ ମଧ୍ୟରେ ହିଟ୍ କରିବ ବୋଲି ସ୍ପଷ୍ଟ କରି ଅଲିପୁର ପାଣିପାଗ କେନ୍ଦ୍ର। । ସେପଟେ ଜୁନ୍ ୧ ତାରିଖ ସୁଦ୍ଧା ମୌସୁମୀ କେରଳ ଓ ଜୁନ୍ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଓ ମୌସୁମୀ ପୂର୍ବରୁ ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ସମେତ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି ।
The Regional Meteorological Department has predicted that Super #Cyclone 'Yash' is likely to make landfall in Sundarbans area between May 23 and May 25 and possibly move towards #Bangladesh. pic.twitter.com/s8oSTYwmSU
— IANS Tweets (@ians_india) May 18, 2021












Click it and Unblock the Notifications