Get Updates
Get notified of breaking news, exclusive insights, and must-see stories!

ବଦଳିଲା 'ୟଶ'ର ଲ୍ୟାଣ୍ଡଫଲ ସମୟ, ଦିନ ୧୧ଟାରୁ ୧ଟା ମଧ୍ୟରେ ଛୁଇଁବ ସ୍ଥଳଭାଗ

ଆସିବାରେ ଟିକିଏ ବିଳମ୍ବ କଲା ବାତ୍ୟା ୟଶ । ଅତି ଭୀଷଣ ସାମୁଦ୍ରିକ ଝଡ ବାତ୍ୟା ୟାସ୍ ଏବେ 12 କିମି ବେଗରେ ସ୍ଥଳଭାଗକୁ ମାଡି ଆସୁଛି । ଗତକାଲି ରାତିରେ ଏହାର ଗତି ଥିଲା 16 କିମି । ଫଳରେ ଏବେ ଭୋର 5.30 ବଦଳରେ ସକାଳ 11ଟାରୁ 1ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ଭୁବନେଶ୍ୱର: ଆସିବାରେ ଟିକିଏ ବିଳମ୍ବ କରିବ ବାତ୍ୟା ୟଶ । ଅତି ଭୀଷଣ ସାମୁଦ୍ରିକ ଝଡ ବାତ୍ୟା ୟାସ୍ ଏବେ 12 କିମି ବେଗରେ ସ୍ଥଳଭାଗକୁ ମାଡି ଆସୁଛି । ଗତକାଲି ରାତିରେ ଏହାର ଗତି ଥିଲା 16 କିମି । ଫଳରେ ଏବେ ଭୋର 5.30 ବଦଳରେ ସକାଳ 11ଟାରୁ ଦିନ ଗୋଟାଏ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Cyclone yaas

ଏବେ ଏହା ଧାମରାଠାରୁ ୬୦କି.ମି, ପାରାଦୀପଠାରୁ ୯୦ କି.ମି, ଓ ବାଲେଶ୍ୱରଠାରୁ ୧୦୫ କିମି ଦୂରରେ ରହିଛି। ଏହାପ ପ୍ରଭାବ ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ପଡ଼ିବ। ଗତକାଲି ରାତିରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଛି।

ବାଲେଶ୍ୱର, ସୋର, ବାହାନଗା, ଭଦ୍ରକ, ଧାମରା, ଚାନ୍ଦବାଲି, ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଜନଗର, ଆଳି ଭଳି ଏକାଧିକ ଅଞ୍ଚଳରେ ୬୦ରୁ ୯୦ କିଲୋମିଟର୍ ବେଗରେ ପବନ ବହୁଛି। ପବନ ଓ ବର୍ଷାର ପରିମାଣ ଧିରେ ଧିରେ ଆହୁରୀ ବଢ଼ିବା ନେଇ ଆକଳନ କରାଯାଇଛି । ବାତ୍ୟା ୟାସ୍ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର୍ ରହିବ। କିଛି ସ୍ଥାନରେ ପବନର ବେଗ ୧୮୫ କିଲୋମିଟର୍ ବି ହୋଇପାରେ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଜୁଆର ଉଠିବ। ବାଲେଶ୍ୱର ଓ ଭଦ୍ରକରେ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୨ରୁ ୩ ମିଟର ଜୁଆର ଉଠିପାରେ। ଆଜି ପୂର୍ଣ୍ଣିମା ଯୋଗୁଁ ଜୁଆର ଅଧିକ ଉଚ୍ଚ ଉଠିବା ସମ୍ଭାବନା ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+