Cyclone yaas update: ଘଣ୍ଟା ପ୍ରତି ୧୬ କିମି ବେଗରେ ମାଡି ଆସୁଛି ବାତ୍ୟା ୟଶ
ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ଶେଷ ୬ ଘଣ୍ଟାରେ ବତ୍ୟା ୟାସ୍ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି।
ଭୁବନେଶ୍ୱର: ସ୍ଥଳ ଭାଗକୁ ମାଡି ଆସୁଛି ବାତ୍ୟା ୟଶ । ବାତ୍ୟା ପୂର୍ବରୁ ସ୍ୱତନ୍ତ୍ର ରିଲିପ କମିଶନର ( ଏସଆରସି) ବାତ୍ୟା ସମ୍ବନ୍ଧିୟ ଅନେକ ଗୁରତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ଶେଷ ୬ ଘଣ୍ଟାରେ ବତ୍ୟା ୟାସ୍ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି।

ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୨୮୦ କିମି ଦୂରରେ ବାତ୍ୟା ୟାସ୍ ରହିଛି। ବାଲେଶ୍ୱର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୮୦ କିମି ଦୂରରେ ଅଛି ବାତ୍ୟା। ଦୀଘା ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୭୦ କିମି ଦୂରରେ ବାତ୍ୟା ୟାସ୍ ଏବେ ଅବସ୍ଥିତ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ଏସଆରସି । ପାଣିପାଗ ବିଭାଗର ଆକଳନ ଅନୁଯାଇ ଏହି ସାମୁଦ୍ରିକ ଝଡ ୟାସ୍ ୨୬ ତାରିଖ ସକାଳେ ଚାନ୍ଦବାଲି ଓ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ଏହି ସମୟରେ ପବନର ବେଳ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ହେବାର ଆଶଙ୍କା ରହିଛି ।
ପରବର୍ତ୍ତୀ ୧୨ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୧୪ଟି ପଞ୍ଚାୟତର ତଳିଆ ଅଞ୍ଚଳର ପ୍ରାୟ ୧୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଗଲାଣି।
ଏହାଛଡ଼ା ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଆଜି ଅପରାହ୍ନ ସୁଦ୍ଧା ଅବଶିଷ୍ଟ ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ବାତ୍ୟାରୁ ଉଦ୍ଧାର କାର୍ଯ୍ୟ ପାଇଁ ୮ ପ୍ଲାଟୁନ୍ ଓଡ୍ରାଫ୍, ୪ପ୍ଲାଟୁନ୍ ଏନ୍ଡିଆର୍ଏଫ୍ ଟିମ୍, ୨ଟି ଫାୟାର୍ ଟିମ୍ ଓ ଗୋଟିଏ ଫରେଷ୍ଟ ଟିମ୍ ଭଦ୍ରକରେ ମୁତୟନ କରାଯାଇଛି।












Click it and Unblock the Notifications