ବାତ୍ୟା 'ୟଶ' ପ୍ରଭାବରେ ଭୀଷଣ ବର୍ଷା, ପାରାଦୀପ ସର୍ବାଧିକ ବର୍ଷା ରେକର୍ଡ

ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ମାଡି ଆସୁଥିବା ବାତ୍ୟା ୟାସ୍ ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ପାରଦୀପରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଜଗତସିଂହପୁର ଜିଲ୍ଲାର ପାରାଦୀପ ଅଞ୍ଚଳରେ ୧୬୧.୧ ଏମଏମ ବର୍ଷା ରେକର୍ଡ

ଭୁବନେଶ୍ବର: ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ମାଡି ଆସୁଥିବା ବାତ୍ୟା ୟାସ୍ ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ପାରଦୀପରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଜଗତସିଂହପୁର ଜିଲ୍ଲାର ପାରାଦୀପ ଅଞ୍ଚଳରେ ୧୬୧.୧ ଏମଏମ ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Odisha Cyclone Update

ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଏବେ ବାତ୍ୟା ୟଶ ରେ ପରଣିତ ହୋଇସାରିଛି । ପାଣିପାଗ ବିଭାଗର ଆକଳନ ଅନୁଯାଇ ଏହି ସାମୁଦ୍ରିକ ଝଡ ୟାସ୍ ୨୬ ତାରିଖ ସକାଳେ ଚାନ୍ଦବାଲି ଓ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ଏହି ସମୟରେ ପବନର ବେଳ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ହେବାର ଆଶଙ୍କା ରହିଛି ।

ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟନ୍ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ତେବେ ଶେଷ ଅପଡେଟ ସୁଦ୍ଧା ଏହି ଝଡ ଘଣ୍ଟାକୁ ୧୦ କିଲୋମିଟର ବେଗରେ ଉତ୍ତର ଓଡିଶା ଆଡକୁ ଆସୁଛି । ତେବେ ଯଦି ଏହି ଗତି ଜାରି ରହେ, ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ବେଳେ ବେଳେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିବ। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଜାରି ରହିଛି ଏହି ୪ ଜିଲ୍ଲା ଗୁଡ଼ିକରେ ଆଜି ରାତିରୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୬୦ କିଲୋମିଟର, ଖୋର୍ଦ୍ଧା ଓ ପୁରୀରେ ୯୦ରୁ ୧୨୦ କିଲୋମିଟର ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିଲୋମିଟର ବେଗ ରହିପାରେ ବୋଲି ଅନୁମାନ କରାଯାଉଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢ଼ିପାରେ। ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେଣୁ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଆଜିପାଇଁ ଗଞ୍ଜାମ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ଦିନ ଅର୍ଥାତ ୨୬ ତାରିଖ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ୯ଟି ଜିଲ୍ଲା- ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କେନ୍ଦୁଝର ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ଏତଦ୍ ବ୍ୟତୀତ ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଭଳି ୫ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲ୍ଲାରେ ବର୍ଷା ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରିବା ସହ ବାତ୍ୟା ସଂପୂର୍ଣ୍ଣ ନସରିବା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+