ଖୋଲିଲା ଗାଲୁଡିହି ବ୍ୟାରେଜ୍, ବିପଦ ସଂକେତ ଉପରେ ବହୁଛି ସୁବର୍ଣ୍ଣରେଖା
ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଲ ସ୍ଥର । ବାତ୍ୟା ୟଶ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢ଼ିବାରେ ଲାଗିଛି । ଯାହା ଫଳରେ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି।
ବାଲେଶ୍ବର: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଲ ସ୍ଥର । ବାତ୍ୟା ୟଶ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢ଼ିବାରେ ଲାଗିଛି । ଯାହା ଫଳରେ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି।
ଅନ୍ୟପଟେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗାଲୁଡିହି ବ୍ୟାରେଜ୍ ଖୋଲାଯାଇଛି। ଗାଲୁଡିନି ବ୍ୟାରେଜ ପାଣି ଯୋଗୁ ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୬ ମିଟର, ଏବେ ବିପଦ ସଂକେତ ଠାରୁ ଉପରେ ୫୦.୮୮ ମିଟର୍ ରହିଛି। ଗାଲୁଡିହ ବ୍ୟାରେଜରୁ ୩ ଲକ୍ଷ କ୍ୟୁସେକ୍ ପାଣି ଛଡା ଯାଇଛି। ଯାହା ଫଳରେ ବାଲିଆପାଳର କୁଡ଼ମାନସିଂହ, ଚୋବଧୁରୀକୁଡ଼, ଜାମକୁଣ୍ଡା, ସୁଙ୍ଘମୁହଁ ଇତ୍ୟାଦି ତଳିଆ ଅଞ୍ଚଳକୁ ପାଣି ପଶିବାର ସମ୍ଭାବନା ଦେଖା ଦେଇଛି।
ସେହିପରି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ସନ୍ଧ୍ୟା ୬ଟାରେ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଛୁଇଁବ। ଏଥିପାଇଁ ସତର୍କ ରହିବାକୁ ତଳିଆ ଅଞ୍ଚଳର ଲୋକଙ୍କୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications