ବିପଦ ସଙ୍କେତ ଉପରେ ବୈତରଣୀ
ଉପରମୁଣ୍ଡ କେନ୍ଦୁଝର, ଆନନ୍ଦପୁର, କରଞ୍ଜିଆ ଏବଂ ଷୋମପାଟଣା ଇତ୍ୟାଦି ଅଞ୍ଚଳରେ ଅଧିକ ବୃଷ୍ଟିପାତ ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି ।
ଭଦ୍ରକ: ବାତ୍ୟା ୟଶ ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି ବନ୍ୟା ପରିସ୍ଥିତି । ବାତ୍ୟା ପ୍ରଭାବରେ ଗତ ୩ ଦିନ ଧରି ସମଗ୍ର ଜିଲ୍ଲାରେ ପ୍ରାୟ ୨ ହଜାର ମିଲିମିଟର ବର୍ଷା ସହ ଉପରମୁଣ୍ଡ କେନ୍ଦୁଝର, ଆନନ୍ଦପୁର, କରଞ୍ଜିଆ ଏବଂ ଷୋମପାଟଣା ଇତ୍ୟାଦି ଅଞ୍ଚଳରେ ଅଧିକ ବୃଷ୍ଟିପାତ ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବାତ୍ୟା 'ୟାସ୍' ଯୋଗୁଁ ଜିଲ୍ଲାବ୍ୟାପୀ ପ୍ରବଳ ବର୍ଷା ହୋଇଥିବା ବେଳେ ସେହି ଜଳ ନିଷ୍କାସିତ ହୋଇନାହିଁ । ସମୁଦ୍ର ଜୁଆର ପାଣି ଗାଁ ଗଣ୍ଡାରେ ପଶିବା ସହ ବୈତରଣୀ ବନ୍ୟା ଜଳସ୍ତର କମୁଥିବା ବେଳେ ଏବେବି ବିପଦ ସଂକେତ ଉପରେ ରହିଛି ।

ବୈତରଣୀର ଶାଖା ଗେଙ୍ଗୁଟି ଓ କୋଚିଳା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଧାମନଗର ବ୍ଲକର ୮ଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ମୁଖ୍ୟରାସ୍ତା ଉପରେ ୩ ରୁ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟାଜଳ ଚାଷ ଜମିରେ ପଶି ଅଞ୍ଚଳ ଜଳମଗ୍ନ କରିଥିବା ବେଳେ ବହୁ ସ୍ଥାନରେ ରାସ୍ତା ଉପରେ ପାଣି ସୁଅ ଛୁଟିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications