For Quick Alerts
Turn On Notification  
For Daily Alerts
Oneindia App Download

ବିପଦ ସଙ୍କେତ ଉପରେ ବୈତରଣୀ

ଉପରମୁଣ୍ଡ କେନ୍ଦୁଝର, ଆନନ୍ଦପୁର, କରଞ୍ଜିଆ ଏବଂ ଷୋମପାଟଣା ଇତ୍ୟାଦି ଅଞ୍ଚଳରେ ଅଧିକ ବୃଷ୍ଟିପାତ ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି ।

|

ଭଦ୍ରକ: ବାତ୍ୟା ୟଶ ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି ବନ୍ୟା ପରିସ୍ଥିତି । ବାତ୍ୟା ପ୍ରଭାବରେ ଗତ ୩ ଦିନ ଧରି ସମଗ୍ର ଜିଲ୍ଲାରେ ପ୍ରାୟ ୨ ହଜାର ମିଲିମିଟର ବର୍ଷା ସହ ଉପରମୁଣ୍ଡ କେନ୍ଦୁଝର, ଆନନ୍ଦପୁର, କରଞ୍ଜିଆ ଏବଂ ଷୋମପାଟଣା ଇତ୍ୟାଦି ଅଞ୍ଚଳରେ ଅଧିକ ବୃଷ୍ଟିପାତ ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବାତ୍ୟା 'ୟାସ୍' ଯୋଗୁଁ ଜିଲ୍ଲାବ୍ୟାପୀ ପ୍ରବଳ ବର୍ଷା ହୋଇଥିବା ବେଳେ ସେହି ଜଳ ନିଷ୍କାସିତ ହୋଇନାହିଁ । ସମୁଦ୍ର ଜୁଆର ପାଣି ଗାଁ ଗଣ୍ଡାରେ ପଶିବା ସହ ବୈତରଣୀ ବନ୍ୟା ଜଳସ୍ତର କମୁଥିବା ବେଳେ ଏବେବି ବିପଦ ସଂକେତ ଉପରେ ରହିଛି ।

Baitarani river

ବୈତରଣୀର ଶାଖା ଗେଙ୍ଗୁଟି ଓ କୋଚିଳା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଧାମନଗର ବ୍ଲକର ୮ଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ମୁଖ୍ୟରାସ୍ତା ଉପରେ ୩ ରୁ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟାଜଳ ଚାଷ ଜମିରେ ପଶି ଅଞ୍ଚଳ ଜଳମଗ୍ନ କରିଥିବା ବେଳେ ବହୁ ସ୍ଥାନରେ ରାସ୍ତା ଉପରେ ପାଣି ସୁଅ ଛୁଟିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Cyclone yaas update: Flood alert in Baitarani river
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X