ବାଲେଶ୍ବର ଓ ଭଦ୍ରକ ଗସ୍ତରେ ୫ ମନ୍ତ୍ରୀ ଓ ୪ ବିଧାୟକ
ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଏଥି ପାଇଁ ସର୍ବାଧିକ ପ୍ରଭାବିତ ଅଞ୍ଚଳକୁ ଯାଇଛନ୍ତି ୫ ମନ୍ତ୍ରୀ ଓ ୪ ବିଧାୟକ ।
ଭୁବନେଶ୍ବର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଏଥି ପାଇଁ ସର୍ବାଧିକ ପ୍ରଭାବିତ ଅଞ୍ଚଳକୁ ଯାଇଛନ୍ତି ୫ ମନ୍ତ୍ରୀ ଓ ୪ ବିଧାୟକ । ଆଜି ବାଲେଶ୍ବର ଓ ଭଦ୍ରକ ଗସ୍ତରେ ଅଛନ୍ତି ୫ ମନ୍ତ୍ରୀ ଓ ୪ ବିଧାୟକ ।

ବାତ୍ୟାର କିଛିଦିନ ପୂର୍ବରୁ ବିଜେଡିର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ମନ୍ତ୍ରୀ ଦିବ୍ୟସିଂହ ମିଶ୍ରଙ୍କୁ ବାଳେଶ୍ବର ଓ ଭଦ୍ରକ ଜିଲ୍ଲାରେ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହି ଦୁଇ ବରିଷ୍ଠ ନେତା ଏବେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଅଧିକାରୀ ଓ ସାଧାରଣ ଲୋକଙ୍କ ଭିତରେ ସଂଯୋଜନାକୁ ବଢ଼ାଇ ପରିସ୍ଥିତିର ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ନେଇଛନ୍ତି।
ତେବେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ରିଲିଫ୍ ସାମଗ୍ରୀ ଯେମିତି ପ୍ରଭାବିତ ଲୋକଙ୍କ ପାଖରେ ଠିକଣା ଭାବେ ପହଞ୍ଚିବ, ପୁନଃନିର୍ମାଣ କାର୍ଯ୍ୟ ଯେମିତି ତ୍ବରାନ୍ବିତ ହେବ ତାହାର ଅନୁଧ୍ୟାନ କରିବା ସେଥିଲାଗି ଆହୁରି ଚାରିଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସେମାନେ ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ , ସମୀର ଦାଶ, ସୁଶାନ୍ତ ସିଂହ, ଏବଂ ଜ୍ୟୋତିରଞ୍ଜନ ପାଣିଗ୍ରାହୀ।












Click it and Unblock the Notifications