ଆଜି ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ ୟଶ
ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ। ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା 'ୟାସ୍' । ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୬ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା 'ୟାସ୍' । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୨୦ କିଲୋମିଟର ଦୂରରେ ବାତ୍ୟା 'ୟାସ୍' ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୩୩୦ ଓ ଦୀଘା ଠାରୁ ୩୨୦ ଏବଂ ସାଗରଦ୍ୱୀପ ଠାରୁ ୩୨୦ କିଲୋମିଟର ଦୂରରେ ରହିଛି ।

ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ। ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି IMD ଡିଜି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ। ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇବ ବାତ୍ୟା। ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ରରେ ୪ ମିଟର ଯାଏଁ ଜୁଆର ଆସିବ ଏବଂ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୨ ମିଟର ଜୁଆର ଆସିବ ବୋଲି ପୂର୍ବାନୁମାନ କରିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର।
ବାତ୍ୟା 'ୟାସ୍' ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜିଠାରୁ ବର୍ଷା ଲାଗି ରହିଛି । ୨୬ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରରେ ପ୍ରବଳ ବର୍ଷା ହୋଇପାରେ ।












Click it and Unblock the Notifications